Latest Odisha News

BREAKING NEWS

ବଡ଼ଧରଣର ଡକାୟତି ଯୋଜନା ପଣ୍ଡ; ୬ ଗିରଫ

ରାଉରକେଲା: ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଛି ବନ୍ଧମୁଣ୍ଡା ପୋଲିସ । ସହର ଉପକଣ୍ଠ ବନ୍ଧମୁଣ୍ଡା ପ୍ରେମନଗର ପଡ଼ିଆ ନିକଟରୁ ଏକ ଗ୍ୟାଙ୍ଗର ୬ ଜଣକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବନ୍ଧମୁଣ୍ଡା ସି ସେକ୍ଟର୍‌ ୧୦ ନମ୍ବର ବସ୍ତିର କୁଖ୍ୟାତ ଅପରାଧୀ ବିଟୁ ତନ୍ତୀ (୨୬), ତା’ର ଅନ୍ୟ ସହଯୋଗୀ ବନ୍ଧମୁଣ୍ଡା ଡି ସେକ୍ଟର୍‌ ଗୁଣ୍ଡିଚାପାଲିର ଅଂଶୁ କୁମାର (୨୧), ସି ସେକ୍ଟର୍‌ ୧୦ ନମ୍ବର ବସ୍ତିର ବିବେକ ‌ମୋଦକ (୩୬), ୱାଇ. କ୍ରିଷ୍ଣା (୨୬), ସି ସେକ୍ଟର ହନୁମାନଗଧାର ବାବୁ ଓରଫ୍‌ ଅଜୟ ପଟ୍ଟନାୟକ (୩୦) ଓ ଗୁଣ୍ଡିଚାପାଲିର ଅନ୍ତୁ ମୁଖୀ (୪୩) ।

ବିଟୁ ତା’ର ସହଯୋଗୀମାନଙ୍କ ସହ ଝାଡ଼ଖଣ୍ଡ ଓ ବିହାରରୁ ବନ୍ଧୁକ ଆଣି ରାଉରକେଲା ଓ ଏହାର ଆଖପାଖରେ ବିକୁଥିଲା । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରେ ଏହି ଗ୍ୟାଙ୍ଗ ବେଶ୍‌ ସକ୍ରିୟ ଥିଲେ । ସରକାରୀ ଅଧିକାରୀ, ବ୍ୟବସାୟୀ ଓ ବଡ଼ବଡ଼ିଆ ଲୋକଙ୍କ ଘରକୁ ଟାର୍ଗେଟ୍‌ କରୁଥିଲେ ।

ଏମାନଙ୍କ ନିକଟରୁ ୪ଟି ଦେଶୀ ପିସ୍ତଲ, ଗୋଟିଏ ରିଭଲଭର୍‌, ୧୫ଟି ଅଫୁଟା ଗୁଳି, ଦୁଇଟି ଖଣ୍ଡା, ଗୋଟିଏ ଲୁହା ରଡ୍‌, ଟର୍ଚ୍ଚ, ୫ଟି ମୋବାଇଲ, ୬ଟି ବିୟର ବୋତଲ ଜବତ ହୋଇଛି । ଡକାୟତି ଗ୍ୟାଙ୍ଗର ମୁଖ୍ୟ ବିଟୁ ନାଁରେ ବିଭିନ୍ନ ଥାନାରେ ୩୪ଟି ଚୋରି, ଡକାୟତି, ହତ୍ୟା, ଆକ୍ରମଣ, ଲୁଟ୍‌, ବେଆଇନ ବନ୍ଧୁକ କାରବାର ଭଳି ମାମଲା ରହିଛି ।

ଏହାର ତିନି ଦିନ ପୂର୍ବରୁ ପ୍ଲାଣ୍ଟସାଇଟ୍‌ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୬ଜଣଙ୍କୁ ପୁଲିସ ଗିରଫ କରି ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଥିଲା ।

Comments are closed.