Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ମା’ଙ୍କ ଦେହାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ ଚନ୍ଦ୍ରକାନ୍ତା ଗୋୟଲଙ୍କ ଆଜି ସକାଳେ ପରଲୋକ ହୋଇଛି। କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।  ରେଳମନ୍ତ୍ରୀ ପୀୟୁଷ ଗୋୟଲ। ନିଜ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ତାଙ୍କ ଫଟୋ ଟୁଇଟ କରିବା ସହ ଲେଖିଛନ୍ତି ଯେ, “ମୋର ସମ୍ମାନିତ ମା’ , ଯିଏ ମୋତେ ସର୍ବଦା ନିଜ ସ୍ନେହ ଏବଂ ପ୍ରେମ ସହିତ ବାଟ ଦେଖାଉଥିଲେ, ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ସାରା ଜୀବନ ସେ ସେବାରେ ବିତାଇଛନ୍ତି। ଆମ୍ଭମାନଙ୍କୁ ମଧ୍ୟ ସେବା ମନୋଭାବ ରଖି ଜୀବନ ଅତିବାହିତ କରିବା ପାଇଁ ସେ ପ୍ରେରିତ କରିଛନ୍ତି। ଈଶ୍ୱର ତାଙ୍କୁ ପାଦ ତଳେ ସ୍ଥାନ ଦିଅନ୍ତୁ। ଓମ୍ ଶାନ୍ତି ।

ପୀୟୁଷ ଗୋୟଲଙ୍କ ଏଭଳି ଟୁଇଟ ପରେ ତାଙ୍କ ସହକର୍ମୀଙ୍କ ସମେତ ଅନେକ ବଡ ବଡ ନେତା ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଦେଇଥିବା ଜଣା ପଡିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟ୍ କରି କହିଛନ୍ତି ଯେ, ମୋର ଘନିଷ୍ଠ ବନ୍ଧୁ ପୀୟୁଷ ଗୋୟଲଙ୍କ ମାଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭାସ ଓ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍ କରି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.