Latest Odisha News

BREAKING NEWS

ତହସିଲ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି କଂଗ୍ରେସ ଓ ଚାଷୀଙ୍କ ବିକ୍ଷୋଭ

ସୋନପୁର : ରବି ଋତୁରେ ଧାନ ବିକ୍ରି ପାଇଁ ଦେଖା ଦେଇଛି ଅନେକ ସମସ୍ୟା । ଧାନ ବିକ୍ରି ପାଇଁ ସରକାର ଚାଷୀଙ୍କୁ ମାତ୍ର ୧୨ ଦିନ ସମୟ ଦେଉଥିବାରୁ ଅନେକ ଚାଷୀଙ୍କ ଟୋକନ ବାତିଲ ହେଉଛି । ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନି । ଯାହାକୁ ନେଇ ଆଜି ସୋନପୁରରେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି କଂଗ୍ରେସ ।

କଂଗ୍ରେସ ପକ୍ଷରୁ ହୋଇଥିବା ବିକ୍ଷୋଭରେ ସାମିଲ ହୋଇଥିଲେ ଚାଷୀ । ତହସିଲ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ ଆନ୍ଦୋଳନକାରୀ । ସେହିପରି ଯେଉଁ ଚାଷୀଙ୍କ ଟୋକନ ବାତିଲ ହୋଇଛି, ସେମାନଙ୍କୁ ଆଉଥରେ ଟୋକନ ଦେବାକୁ ଦାବି କରିଛି କଂଗ୍ରେସ । ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Leave A Reply

Your email address will not be published.