Latest Odisha News

BREAKING NEWS

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ, ବନ୍ଧୁକ ଓ କାର ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡିରେ ପୋଲିସ ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି ।

ଅଭିଯୁକ୍ତ ଦୁଇ ଅପରାଧି ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ମନୋଜ ସାହୁ ଓ ଅନ୍ୟ ଜଣଙ୍କ ବିଶ୍ୱଜିତ ବାରିକ ଓରଫ୍ ମୁନା ଖୋର୍ଦ୍ଧା ଜିଲ୍ଲାର କାଇପଦର ଅଞ୍ଚଳର ବୋଲି ଜଣାପଡିଛି ।

ଏହି ଅପରାଧିଙ୍କ ଗୋଡରେ ଗୁଳି ବାଜିଥିବା ନେଇ ସୂଚନା ମିଳିଥିଲା ବେଳେ ଚିକିତ୍ସା ନିମନ୍ତେ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୁତ୍ରରୁ ପ୍ରକାଶ ଯେ ପୋଲିସ ସେମାନଙ୍କୁ ପାଖରୁ ୨ଟି ଦେଶୀ ବନ୍ଧୁକ, ୪ଟି ଗୁଳି, କାର ସହ ଓ ପାଖାପାଖି ଦେଢ ଲକ୍ଷ ଟଙ୍କା ଜବତ କରିଛି ।

ସୁତ୍ରରୁ ପ୍ରକାଶ ବିଭିନ୍ନ ଅପରାଧରେ ଜଡିତ ଏହି ଦୁଇ କୁଖ୍ୟାତ ଅପରାଧିଙ୍କୁ ପୋଲିସ ପୂର୍ବରୁ ଧରିବାକୁ ଚେଷ୍ଟା ଚଳାଇଥିଲା । ନିକଟରେ ଚମାଖଣ୍ଡି ଠାରେ ଥିବା ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ନେଇ ଏହି ଦୁହିଁଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଥିଲା ।

ସୂଚନା ଅନୁଯାୟୀ ଗତକାଲି ରାତିରେ ଏହି ଦୁଇ ଅପରାଧି ଏକ କାର ଯୋଗେ କଣମଣା ଗାଁ ଦେଇ ଯାଉଥିବାବେଳେ ଚମାଖଣ୍ଡି ପୋଲିସ କୌଣସି ସୁତ୍ରରୁ ଖବର ପାଇ ଦୁହିଁଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲା । ଆହୁରି ମଧ୍ୟ ହଠାତ୍ ପୋଲିସର ଏଭଳି ଚଢଉ ଦେଖି ସେମାନେ ପୋଲିସ ଉପରକୁ ଗୁଳି ଚାଳନା କାରିଥିଲେ, ଏହାର ପାଲଟା ଜବାବରେ ପୋଲିସ ଗୁଳିରେ ସେମାନେ ଆହତ ହୋଇଥିଲେ ।

Leave A Reply

Your email address will not be published.