Latest Odisha News

BREAKING NEWS

କଙ୍ଗନାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ବାନ୍ଦ୍ରା କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା କୋର୍ଟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଙ୍ଗନାଙ୍କ ବିରୋଧରରେ ସାମ୍ପ୍ରଦାୟିକ ଘୃଣାକୁ ପ୍ରଶ୍ରୟ ଦେଇ ଏହାକୁ ଅଧିକ ବିସ୍ତାର କରିଥିବା ଅଭିଯୋଗ ହୋଇଛି।

ମହମ୍ମଦ ସାହିଲ ଅଶ୍‌ରଫ୍‌ ଅଲ୍ଲୀ ସାୟ ନାମକ ଜଣେ ବ୍ୟକ୍ତି ମୁମ୍ବାଇର ବାନ୍ଦ୍ରା କୋର୍ଟରେ କଙ୍ଗନାଙ୍କ ବିରୋଧରେ ଏକ ପିଟିସନ ଦାଖଲ କରି କହିଛନ୍ତି ଯେ କଙ୍ଗନା ରାନାୱତ ବଲିଉଡରେ ହିନ୍ଦୁ-ମୁସଲମାନ୍‌ ସମ୍ପ୍ରଦାୟଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

ସେ କହିଛନ୍ତି ଯେ କଙ୍ଗନା ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣାକୁ ପ୍ରୋତ୍ସାହିତ କରୁଛନ୍ତି। ଏଭଳି ପରିସ୍ଥିତିରେ କଙ୍ଗନା ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ବାନ୍ଦ୍ରା କୋର୍ଟ କଙ୍ଗନାଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.