Latest Odisha News

BREAKING NEWS

ମହିଳା ଏସିଆ କପ ଟି-୨୦: ଭାରତକୁ ପରାସ୍ତ କରି ରେକର୍ଡ କଲା ବାଂଲାଦେଶ

କୁଆଲାଲାମ୍ପୁର: ମାଲେସିଆରେ ଚାଲିଥିବା ମହିଳା ‘ଏସିଆ କପ ଟି-୨୦’ର ଏକ ଏକ ମ୍ୟାଚରେ ବାଂଲାଦେଶ ଭାରତକୁ ୭ ୱିକେଟରେ ପରାସ୍ତ କରିଛି । ‘ଏସିଆ କପ ଟି-୨୦’ ଇତିହାସରେ ଭାରତର ଏହା କୌଣସି ଦଳଠାରୁ ପରାସ୍ତ ହେବା ପ୍ରଥମ । ତେବେ ରୁମାନା ଅହମ୍ମଦଙ୍କ ଅଲରାଉଣ୍ଡିଂ ସାଫଲ୍ୟ ଯୋଗୁଁ ବାଂଲାଦେଶ ଶକ୍ତିଶାଳୀ ଭାରତୀୟ ଦଳକୁ ପରାସ୍ତ କରିପାରିଛି ।

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଅଧିନାୟିକା ହରମନପ୍ରୀତ୍ କାଉରଙ୍କ ୪୨ ରନ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୭ଟି ୱିକେଟ ହରାଇ ମୋଟ ୧୪୧ ରନ କରିପାରିଥିଲା । ବିପକ୍ଷ ଦଳ ପକ୍ଷରୁ ରୁମାନା ଅହମ୍ମଦ ମାତ୍ର ୨୧ ରନ ଦେଇ ମୂଲ୍ୟବାନ ୩ଟି ୱିକେଟ ହାସଲ କରିଥିଲେ ।

ବାଂଲାଦେଶ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ଫରର୍ଗନା ହକଙ୍କ ୫୨ ରନ ଓ ରୁମାନା ଅହମ୍ମଦଙ୍କ ଲଢୁଆ ୪୨ ରନ ବଳରେ ୩ଟି ୱିକେଟ ହରାଇ ୨୪୨ ରନ କରିଥିଲା । ୩ଟି ୱିକେଟ ହାସଲ କରିବା ସହିତ ଆକର୍ଷଣୀୟ ୪୨ ରନ କରିଥିବା ରୁମାନା ଅହମ୍ମଦ ପ୍ଲୋୟାର ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି ।

ଏହି ମହିଳା ଏସିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ମାଲେସିଆ ଓ ଥାଇଲାଣ୍ଡ ମହିଳା ଦଳ ଅଂଶଗ୍ରହଣ କରିଛନ୍ତି । ତେବେ ଭାରତୀୟ ଦଳ ଏଯାଏଁ ଖେଳିଥିବା ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ମ୍ୟାଚରେ ପରାଜୟ ହାସଲ କରି ମୋଟ ୪ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି ।
ଟି-୨୦ ମହିଳା କ୍ରିକେଟ ଇତିହାସରେ ଭାରତ ପ୍ରଥମ ଥର ଲାଗି ବାଂଲାଦେଶ ଠାରୁ ପରାସ୍ତ ହୋଇଛି । ଆସନ୍ତା କାଲି ଭାରତୀୟ ମହିଳା ଦଳ ଶ୍ରୀଲଙ୍କାକୁ ଭେଟୁଥିବା ବେଳେ ୯ତାରିଖରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଟକ୍କର ଦେବ ।

Leave A Reply

Your email address will not be published.