Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ପ୍ରସ୍ତାବିତ ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୧୬.୬୦ କୋଟି ଟଙ୍କା

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ, ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରି ବ୍ଲକ ଏବଂ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୩୦୨ଟି ପ୍ରକଳ୍ପ, ଭଣ୍ଡାରୀପୋଖରି ବ୍ଲକର ୨୨ଟି ପଞ୍ଚାୟତ ଲାଗି ୫.୫୦ କୋଟି ଟଙ୍କାରେ ୨୨୨ଟି ପ୍ରକଳ୍ପ ଏବଂ କଙ୍କଡ଼ାହାଡ଼ ବ୍ଲକର ୨୧ଟି ପଞ୍ଚାୟତ ଲାଗି ୪.୮୫ କୋଟି ଟଙ୍କା ୩୦୨ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହିପରି ସମୁଦାୟ ୩ଟି ବ୍ଲକର ୬୮ଟି ପଞ୍ଚାୟତ ଲାଗି ମୁଖ୍ୟମନ୍ତ୍ରୀ ୧୬.୬୦ କୋଟି ଟଙ୍କାରେ ୬୭୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.