Latest Odisha News

BREAKING NEWS

ମାଡ଼ାମ ତୁସାଦ ମ୍ୟୁଜିୟମରେ ବିରାଟ କୋହଲୀଙ୍କ ମହମ ପ୍ରତିକୃତି ଅନାବୃତ ହେଲା

ନୂଆଦିଲ୍ଲୀ : ଦିଲ୍ଲୀର ମାଡ଼ାମ ତୁସାଦ ମ୍ୟୁଜିୟମରେ ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀଙ୍କ ମହମ ପ୍ରତିକୃତି ଅନାବରଣ ହୋଇଯାଇଛି । ନିଜ ସହ ପ୍ରତିକୃତିର ବେଶ୍ ସାମଞ୍ଜସ୍ୟ ଉପଲବ୍ଧୀ କରି ବିରାଟ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ମାଡ଼ାମ ତୁସାଦ ମ୍ୟୁଜିୟମକୁ ଧନ୍ୟବାଦ ଦେଇଛନ୍ତି ।

ଏହି ମାଡ଼ାମ ତୁସାଦ ସଂଗ୍ରହାଳୟରେ ପୂର୍ବରୁ ପ୍ରଖ୍ୟାତ ଫୁଟବଲ ଖେଳାଳି ଡ଼େଭିଡ଼ ବେକହାମ, ଲିଓନେଲ ମେସି, କପିଳ ଦେବ, ସଚିନ ତେନ୍ଦୁଲକର ଓ ଉସେନ ବୋଲ୍ଟଙ୍କ ମହମ ପ୍ରତିକୃତି ସ୍ଥାପିତ ହୋଇଛି । ଏହି ମ୍ୟୁଜିୟମରେ ପ୍ରସିଦ୍ଧି ଲାଭ କରିଥିବା ବିଭିନ୍ନ ସେଲିବ୍ରିଟି ମାନଙ୍କର ପ୍ରତିକୃତି ନିର୍ମାଣ କରି ପ୍ରଦର୍ଶିତ କରାଯାଇଥାଏ । ଲଣ୍ଡନରେ ଅବସ୍ଥାପିତ ମାଡ଼ାମ ତୁସାଦ ମ୍ୟୁଜିୟମର ଅନେକ ଶାଖା ମ୍ୟୁଜିୟମ ବିଶ୍ୱର ବିଭିନ୍ନ ସହରରେ ସ୍ଥାପିତ ହୋଇଛି ।

ନିଜର ପ୍ରତିକୃତି ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ବେଶ୍ ଖୁସି ଅନୁଭବ କରିଛନ୍ତି ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲୀ । ଏହି ଅନାବରଣ ଉତ୍ସବରେ ଯୋଗଦେଇ ବିରାଟ କହିଛନ୍ତି, ଏହା ମୋ ଜୀବନରେ ସ୍ମରଣୀୟ ହୋଇ ରହିବ । ମୋ ପ୍ରତିକୃତିକୁ ଚୟନ କରିଥିବାରୁ ମୁଁ ମ୍ୟୁଜିୟମ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଆନନ୍ଦ ପ୍ରକାଶ କରି କହିଛନ୍ତି ବିରାଟ ।

Leave A Reply

Your email address will not be published.