ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଆତଙ୍କବାଦୀଙ୍କ ବଡ ଧରଣର ଯୋଜନାକୁ ପଣ୍ଡ କରିଦେଇଛନ୍ତି । କେରଳ, ଆସାମ ଓ ବେଙ୍ଗଲରୁ ଏସଟିଏଫ୍ ମିଳିତ ଭାବେ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଏହି ଆତଙ୍କବାଦୀ ମାନେ ଆରଏସଏସ ଓ ବିଭିନ୍ନ ହିନ୍ଦୁ ସଂଗଠନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ ।
ଗିରଫ ଆତଙ୍କବାଦୀମାନଙ୍କ ମଧ୍ୟରେ ବାଂଲାଦେଶର ଜଣେ ଆତଙ୍କବାଦୀ ମଧ୍ୟ ରହିଛି । ସେ କୁଖ୍ୟାତ ଆତଙ୍କୀ ସଂଗଠନ ଅଲ କାଏଦାର ସଦସ୍ୟ ବୋଲି ଜଣାପଡିଛି ।
ଡିସେମ୍ବର ୧୭ ତାରିଖ ବିଳମ୍ବ ରାତିରୁ ୧୮ ତାରିଖ ଭୋର ଯାଏ କେରଳ, ବେଙ୍ଗଲ ଓ ଆସାମରେ ରେଡ କରାଯାଇଥିଲା । ଏହି ସମୟରେ ଶେଖ ସହ ଅନ୍ୟ ୭ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ, ମୁଜିବୁର ରହମନ, ହମିଦୁଲ ଇସଲାମ, ମିନାରୁଲ ଶେଖ, ମହମ୍ମଦ ଆବାସ ଅଲୀ, ନୁର ଇସଲାମ ମଣ୍ଡଳ, ଅବଦୁଲ କରିମ ମୁଣ୍ଡଳ ଓ ଇନାମୁଲ ହକ୍ । ଏମାନେ କେବଳ ବେଙ୍ଗଲ, ଆସାମ କିମ୍ବା କେରଳରେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ, ବରଂ ସେମାନଙ୍କ ଟାର୍ଗେଟରେ ବିଭିନ୍ନ ରାଜ୍ୟ ରହିଥିଲା ।
ଆସମର ସ୍ୱତନ୍ତ୍ର ଡିଜିପି ହରମୀତ ସିଂହ କହିଛନ୍ତି, “ଜିହାଦୀ ତତ୍ତ୍ୱଙ୍କ ବିରୋଧରେ ଏହା ଏକ ବଡ଼ ପଦକ୍ଷେପ । ଆମେ କେନ୍ଦ୍ରୀୟ ଏଜେନ୍ସି ସମେତ ପଶ୍ଚିମବଙ୍ଗ ଓ କେରଳ ପୋଲିସ ସହାୟତାରେ ଆତଙ୍କବାଦୀମାନଙ୍କୁ ଧରିଛୁ । ଆମେ ଅଧିକ ଆତଙ୍କବାଦୀଙ୍କୁ ଧରିପାରିଲେ, ଆମେ ସଫଳ ହୋଇଛୁ ବୋଲି କହିପାରିବୁ । ହଁ, ଆମେ ଅପରେସନ ଆରମ୍ଭ କରି ସାରିଛୁ।”
Comments are closed.