Latest Odisha News

BREAKING NEWS

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ୫ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି। ସମସ୍ତେ ଢାକା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ଜାତିସଂଘରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି ଥିବା ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ପର୍ତ୍ତୁଗାଲ ଏବଂ ସଂଯୁକ୍ତ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ବ୍ୟତୀତ ଏଥିରେ ଭାରତରେ ଥିବା ବାଂଲାଦେଶର ହାଇ କମିଶନର ମହମ୍ମଦ ମୁସ୍ତାଫିଜୁର ରହମାନ ମଧ୍ଯ ସାମିଲ ରହିଛନ୍ତି।

କୁହାଯାଉଛି ଯେ ଏହି ସମସ୍ତ ଅଧିକାରୀ ଆସନ୍ତା କିଛି ମାସ ମଧ୍ୟରେ ଅବସର ନେବାକୁ ଯାଉଛନ୍ତି।

ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଆମେରିକା ଗସ୍ତରୁ ଫେରିବା ମାତ୍ରେ ଏହି ନିଷ୍ପତ୍ତି ନିଆଯାଇଛି। ଶେଖ ହସିନା ସରକାର ସମୟରେ ଏହି ସମସ୍ତଙ୍କୁ ନିଯୁକ୍ତ କରାଯାଇଥିଲା।ତେବେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶ ଏବଂ ଭାରତ ସମ୍ପର୍କ ସେତେଟା ଭଲ ନାହିଁ।

Comments are closed.