Latest Odisha News

BREAKING NEWS

ବାଂଲାଦେଶ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ଯା

ଢାକା: ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ଜାରିଥିବା ହିଂସା ଉଗ୍ର ରୂପ ନେଉଛି। ଗତ ସପ୍ତାହରେ ହିଂସା ମଧ୍ୟରେ ୯୮ ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୦୦ରୁ ଅଧିକ ହେଲାଣି।

ହିଂସା ଉପରେ ନିୟନ୍ତ୍ରଣ ପାଇଁ ସରକାର ଦେଶରେ ୪ ଅଗଷ୍ଟ ସଂଧ୍ୟା ୬ରୁ ଅନିଶ୍ଚିତକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ଦେଶରେ ବ୍ୟାପିଥିବା ହିଂସା କାରଣରୁ ସ୍କୁଲ ଓ କଲେଜ ଗୁଡିକୁ ମଧ୍ଯ ବନ୍ଦ ରଖାଯାଇଛି।

ବାଂଲାଦେଶରେ ଇଣ୍ଟରନେଟ୍ ବନ୍ଦ କରିଦିଆଯାଇଛି।ସେପଟେ ସରକାର ଆଲୋଚନା ପାଇଁ ଡକାଇଥିଲେ ମଧ୍ୟ ଆନ୍ଦୋଳନକାରୀ ଏହାକୁ ପ୍ରତ୍ୟାଖ୍ୟାନ କରିଦେବା ସହ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ଅପରପକ୍ଷରେ ଭାରତ ସରକାର ନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନ କରିବା ସହିତ ଅଯଥାରେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ହେଲ୍ପ ଲାଇନ ନଂ ଜାରି କରାଯାଇଛି। ନମ୍ବର ଗୁଡିକ ହେଉଛି +8801958383679, +8801958383680, +8801937400591।

କାହିଁକି ହୋଇଥିଲା ବିରୋଧ?

ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ୧୯୭୧ ମସିହାରେ ଯେଉଁମାନେ ପାକିସ୍ତାନରୁ ସ୍ୱାଧୀନତା ପାଇଁ ଲଢିଥିଲେ ସେମାନଙ୍କୁ ମୁକ୍ତି ଯୋଦ୍ଧା କୁହାଯାଏ। ସରକାର ଏହି ସଂଗ୍ରାମୀଙ୍କ ସନ୍ତାନଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ସୁବିଧା କଥା ଘୋଷଣା କରିଥିଲେ । ଯାହାକୁ ନେଇ ସେଠାରେ ବିରୋଧ କରାଯାଉଛି। ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ ହଟାଇ ଦିଆଯାଇଥିଲା।

ବାଂଲାଦେଶରେ ସରକାରୀ ଚାକିରିରେ ୫୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ବାକି ୪୪ ପ୍ରତିଶତ ଚାକିରି ମେରିଟ୍ ଆଧାରରେ ମିଳିଥାଏ । ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ପାଇଁ କୌଣସି ପୃଥକ ସଂରକ୍ଷଣ ବ୍ୟବସ୍ଥା ନାହିଁ।

 

Comments are closed.