Latest Odisha News

BREAKING NEWS

ସାମାନ୍ୟ ଭୁଲ ଯୋଗୁ….ଜିତୁ ଜିତୁ ହାରିଗଲା ଭାରତ

ଢ଼ାକା: ଏଠାରେ ଅନୁଷ୍ଠିତ ଲୋ ସ୍କୋରିଂ ରୋମାଂଚକ ପ୍ରଥମ ଦିନିକିଆ କ୍ରିକେଟ ମୁକାବିଲାରେ ବାଂଲାଦେଶ ୧ ୱିକେଟରେ ଭାରତକୁ ପରାସ୍ତ କରିଛି । ଖରାପ ବ୍ୟାଟିଂ ପ୍ରଦର୍ଶନ ସତ୍ୱେ ଭାରତୀୟ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ମ୍ୟାଚ ହାତମୁଠାକୁ ଆସି ଯାଇଥିଲା । ମାତ୍ର ଶେଷ ୱିକେଟରେ ବାଂଲାଦେଶର ବ୍ୟାଟ୍ସମ୍ୟାନ ୫୪ ରନ ଯୋଗ କରି ଦଳକୁ ଜିତାଇଥିଲେ । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୪୧.୨ ଓଭରରେ ୧୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । କେଏଲ ରାହୁଲଙ୍କ ୭୩ ରନ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ ।

ଜବାବରେ ୧୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୧୩୬ ରନରେ ୯ ୱିକେଟ ହରାଇ ବିପଦରେ ପଡିଥିଲା । ମେହେଦି ହାସନ ମିରାଜ (୩୮ ନଟଆଉଟ) ଓ ମୁସ୍ତାଫିଜୁର ରହେମାନ ୧୦ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଲିଟନ ଦାସ ୪୧ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.