Latest Odisha News

BREAKING NEWS

ଶାଗ ବିକି ପରିବାର ପୋଷୁଛନ୍ତି BCA ଛାତ୍ର

ନବରଙ୍ଗପୁର: ହସୁଛି ସବୁଜ କ୍ଷେତ । ହୋଇଛି ଭଳିକି ଭଳି ଶାଗ । ସକାଳ ହେଲେ ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ ଆସଙ୍ଗା ଗାଁର ଡମ୍ବୁରୁ ଧର ମାଳି କୋଦାଳ ଧରି ଜମିକୁ ବାହାରି ପଡ଼ନ୍ତି । ନିଜ ହାତରେ ଶାଗ ଚାଷ କରିବା ସହ ତୋଳି ବିକ୍ରି କରନ୍ତି । ବଇଁଶୀଧର ମାଳିଙ୍କ ପଢ଼ୁଆ ପୁଅ ଡମ୍ବୁରୁଧର ଜୟପୁର ବିକ୍ରମ କଲେଜର ବିସିଏ ଶେଷ ବର୍ଷର ଛାତ୍ର ।

BjdElectrycity

ପାଠ ପଢ଼ିବା ସହ ସେ ଜମିରେ କୋଷଳା, ପାଳଙ୍ଗ, ମେଥି, ଧନିଆ ଭଳି ଶାଗ ଚାଷ କରି ପରିବାର ପୋଷୁଛନ୍ତି । ସବୁଦିନ ଶାଗ ତଳି ସକାଳ ୫ଟାରୁ ନବରଙ୍ଗପୁର ଅଭିମୁଖେ ବାହାରି ପଡ଼ନ୍ତି ଡମ୍ବୁରୁ । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଡମ୍ବୁରଙ୍କ ପାଠପଢ଼ା ପାଇଁ ୩ ଏକର ଚାଷଜମିରୁ ଏକ ଏକର ଜମିକୁ ବନ୍ଧା ଦେଇଛନ୍ତି ବଇଁଶୀ ।

ଆଉ ବଳକା ୨ ଏକର ଜମିରେ ବିଭିନ୍ନ ପ୍ରକାର ଶାଗ ଚାଷ କରି ପରିବାର ଚଳୁଛି । ଭୋର୍ ସାଢ଼େ ୩ଟାରେ ଉଠି ପାଠ ପଢ଼ିବା ପରେ ଶାଗ ଧରି ନବରଙ୍ଗପୁର ବଜାରକୁ ବାହାରି ଯାଏ ଡମ୍ବୁରୁ । ଶାଗ ବିକି ପରିବାର ପୋଷିବା ସହ ବିସିଏ ପଢ଼ୁଥିବା ଡମ୍ବୁରୁ ଚାକିରି କରି ବନ୍ଧକ ଜମି  ମୁକୁଳାଇବାକୁ ଲକ୍ଷ୍ୟ ରଖିଛି ।

କଲେଜ ପଢ଼ୁଆ ଛାତ୍ରଛାତ୍ରୀ ପକେଟ ମନିକୁ ନେଇ ଅଭିଭାବକଙ୍କୁ ନାକଦେମ୍ କରୁଥିବା ବେଳେ ଡମ୍ବୁରୁ ସେମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି । ପ୍ରତିକୂଳ ପରିସ୍ଥିତି ସହ ଖାପ ଖୁଆଇ ଲକ୍ଷ୍ୟ ହାସଲ ପାଇଁ ସଂଘର୍ଷ ଜାରି ରଖିଛନ୍ତି ।

Leave A Reply

Your email address will not be published.