Latest Odisha News

BREAKING NEWS

ତାତିରୁ ତ୍ରାହି ନାହିଁ, ଆଗାମୀ ୫ ଦିନ ଯାଏ ୪୦ ଡିଗ୍ରୀରେ ଜଳିବ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଏବେ ତାତିରୁ ନିସ୍ତାର ମିଳିବ ନାହିଁ । ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଲାଗି ରହିବ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ବାତ୍ୟାର ରୂପ ନେବ । ହେଲେ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଫଳରେ ଅସହ୍ୟ ତାତିରେ ଆଗାମୀ ୫ ଦିନ ଯାଏ ସନ୍ତୁଳି ହେବ ଓଡ଼ିଶା ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଖରା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏ ସ୍ଥିତି ଆଉ ୫ ଦିନ ଲାଗି ରହିବ ।

ଆଜି ଦିନ ୨ଟା ସୁଦ୍ଧା ସମ୍ବଲପୁରରେ ପାରଦ ସର୍ବାଧିକ ୪୨.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ, ହିରାକୁଦରେ ୪୧.୪ ଡିଗ୍ରୀ ଓ ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ରେକର୍ଡ ହୋଇଛି । ଗତକାଲି ରାଜ୍ୟର ୧୮ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ବାତ୍ୟା ପ୍ରଭାବରେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆଶା ଥିଲା । ହେଲେ ବାତ୍ୟା ବାଂଲାଦେଶ ମୁହାଁ ହେବାକୁ ଥିବାବେଳେ କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନାହିଁ ।

Leave A Reply

Your email address will not be published.