Latest Odisha News

BREAKING NEWS

ଗ୍ରାହକଙ୍କ ଲାଗି ବିଏସଏନଏଲର ନୂଆବର୍ଷ ଅଫର, ଜାଣନ୍ତୁ କେତେ ରହିଛି ପ୍ୟାକ୍

ନୂଆଦିଲ୍ଲୀ: ନବବର୍ଷ ଲାଗି ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ନିଜ ନିଜର ପ୍ଲାନ୍ ଜାରି କଲାପରେ ଏବେ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ମଧ୍ୟ ପ୍ରିପେଡ୍ ଯୋଜନା ଲାଗି ଆକର୍ଷଣୀୟ ଅଫର ଆଣିଛି ।

ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ତା’ର ବାର୍ଷିକ ଯୋଜନାର ଅବଧି ପ୍ରାୟ ୬୦ଦିନ ବଢାଇଦେଇଛି । ୧୯୯୯ ଟଙ୍କାରେ ଏବେ ୪୨୫ ଦିନ ଯାଏଁ ଭାଲିଡିଟି ସହ ଦୈନିକ ୩ ଜିବି ଡାଟା ମିଳିବ । ଏଥିସହିତ ଦୈନିକ ୧୦୦ ଏସଏମଏସ୍ ମଧ୍ୟ ପ୍ରଦାନ କରାଯିବ । ଏହି ପ୍ୟାକେଜରେ ବିଏସଏନଏଲ ଟ୍ୟୁନ୍ସ ଓ ବିଏସଏନଏଲ ଟିଭି ସବସ୍କ୍ରିପସନ୍ ଭଳି ଓଟିଟି ଆପ୍ଲିକେସନକୁ ମଧ୍ୟ ବଣ୍ଡଲ କରିଛି ।

ଏହାବ୍ୟତିତ ଅପରେଟର ନିଜର ୪୫୦ ଟଙ୍କାର ପ୍ଲାନକୁ ଅପଡେଟ୍ କରିଛି, ଯାହା ୫୦୦ ଟଙ୍କା ଟକଟାଇମ୍ ଦେବ ।

ଏହିସବୁ ସ୍ୱତନ୍ତ୍ର ପ୍ଲାନ୍ ତଥା ଅଫରର ବୈଧତା ଆସନ୍ତା ଡିସେମ୍ବର ୩୧ ଯାଏଁ ରହିଛି ।

Leave A Reply

Your email address will not be published.