Latest Odisha News

BREAKING NEWS

୨୦୨୬ ଏପ୍ରିଲରେ ବାଂଲାଦେଶରେ ସାଧାରଣ ନିର୍ବାଚନ

ଢାକା:ବାଂଲାଦେଶରେ ବହୁ ପ୍ରତୀକ୍ଷିତ ଜାତୀୟ ନିର୍ବାଚନ ୨୦୨୬ ଏପ୍ରିଲ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ବାଂଲାଦେଶରେ ଶେଖ ହାସିନାଙ୍କ ବିଦ୍ରୋହ ପରେ ଆନ୍ତରୀଣ ସରକାରଙ୍କ ଶାସନ ଜାରି ରହିଛି। ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର କାର୍ଯ୍ୟ କରୁଛି। ତେବେ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍ ଏହା ଘୋଷଣା କରିଛନ୍ତି।

୮୪ ବର୍ଷୀୟ ୟୁନୁସ୍ କହିଛନ୍ତି, ମୁଁ ଦେଶର ନାଗରିକମାନଙ୍କୁ ଘୋଷଣା କରୁଛି ଯେ ୨୦୨୬ ଏପ୍ରିଲ୍ ପ୍ରଥମ ସପ୍ତାହର ଯେକୌଣସି ଦିନ ନିର୍ବାଚନ ଅନୁଷ୍ଠିତ ହେବ।

ତଥାପି ଭୋଟଦାନର ସଠିକ୍ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସରକାରର ପତନ ପରେ ଏହି ନିର୍ବାଚନ ପ୍ରଥମ ଜାତୀୟ ନିର୍ବାଚନ ହେବ। ଅଗଷ୍ଟ ୨୦୨୪ରେ ଛାତ୍ର ଆନ୍ଦୋଳନ ଯୋଗୁଁ ଶେଖ୍ ହାସିନାଙ୍କୁ କ୍ଷମତା ଛାଡିବାକୁ ପଡିଥିଲା, ଯାହା ପରେ ତାଙ୍କୁ ଭାରତରେ ଆଶ୍ରୟ ନେବାକୁ ପଡିଥିଲା।

ହସିନା ସରକାରଙ୍କ ପତନ ପରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା । ଯାହାର ଦାୟିତ୍ୱ ମହମ୍ମଦ ୟୁନୁସଙ୍କୁ ସ୍ଥିରତା ଫେରାଇ ଆଣିବା ,ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି କରିବା ପାଇଁ ଦିଆଯାଇଥିଲା। କିନ୍ତୁ ସେବେଠାରୁ ୟୁନୁସଙ୍କ କାମଚଳା ସରକାର ବିଭିନ୍ନ ରାଜନୈତିକ ଦଳ ଏବଂ ନାଗରିକ ସମାଜର ଦାବିକୁ ସନ୍ତୁଳିତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛି।

ନିର୍ବାଚନ ବିଳମ୍ବ ହେଉଥିବାରୁ ୟୁନୁସ ଏବେ ଚାପର ଅଛନ୍ତି । ସେନା, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଭଳି ବିରୋଧୀ ଦଳ ଏବଂ ତାଙ୍କ ନିଜ ସମର୍ଥକମାନେ ମଧ୍ୟ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି।

 

 

 

 

 

 

 

Comments are closed.