ଭୁବନେଶ୍ୱର: କରୋନା ପାଇଁ ବ୍ୟାଙ୍କଗୁଡିକ ଉପରେ ଜାରି ହେଲା ଗାଇଡଲାଇନ । ଏନେଇ ବ୍ୟାଙ୍କଗୁଡିକୁ ଚିଠି ଲେଖି ଜଣାଇଛନ୍ତି ଅର୍ଥ ବିଭାଗ । ଏଟିଏମ୍ ଗୁଡିକରେ ଯଥେଷ୍ଟ ଟଙ୍କା ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କରୋନା ସଚେତନତା ପାଇଁ ପ୍ରତି ଏଟିଏମ୍ରେ ସତର୍କ ସୂଚନା ଫଳକ ଲଗାଇବା ପାଇଁ କୁହାଯାଇଛି ।
ଅଫିସ ଭିତରେ ବ୍ୟାଙ୍କ କର୍ମଚାରୀ ମାସ୍କ ବ୍ୟବହାର କରନ୍ତୁ । ବ୍ୟାଙ୍କରେ ଭିଡ କମାଇବାକୁ ଅଧିକ ପରିମାଣରେ କାଉଂଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଟିଏମ୍ରେ ଟଙ୍କା ଉଠାଇବା ପରେ ସାନିଟାଇଜରରେ ହାତ ଧୋଇବେ ଲୋକେ । ଏଟିଏମ୍ କାଉଂଟର ପ୍ରତିଦିନ ମେସିନରେ ସଫା କରାଯିବାକୁ କୁହାଯାଇଛି ।
ଆବଶ୍ୟକ ନଥିଲେ ଏଟିଏମ୍ ବ୍ୟବହାର ନକରିବାକୁ ଗ୍ରାହକଙ୍କୁ ଏମ୍ଏମ୍ଏସ୍ ଜରିଆରେ ବ୍ୟାଙ୍କ ସତର୍କ କରାଇବାକୁ କୁହାଯାଇଛି । ଏହି ସମୟରେ ମୋବାଇଲ ଓ ଅନ୍ଲାଇନ ବ୍ୟାଙ୍କିଙ୍ଗ ସେବା ଅଧିକ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।
BREAKING NEWS
- ବ୍ରହ୍ମପୁତ୍ରରେ ଓଲଟିଲା ଡଙ୍ଗା; ଶିଶୁଙ୍କ ସମେତ ୬ ନିଖୋଜ
- କାଲି ଓଡ଼ିଶା ବନ୍ଦ; ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଫରୱାର୍ଡ଼ ବ୍ଲକର ସମର୍ଥନ
- Mamata Kulkarni: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ
- କେନ୍ଦ୍ର ବଜେଟ୍ ୨୦୨୬-୨୭; ହାଲୱା ଉତ୍ସବ ସହିତ ଅନ୍ତିମ ପର୍ଯ୍ୟାୟରେ ବଜେଟ୍ ପ୍ରସ୍ତୁତି
- ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ କଟକଣା
- Ratna Bhandar: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ହାଇକୋର୍ଟ
- Hardcore Maoist Azad: କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ
- ଗିରଫ ହେଲେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର
- ଭାରତର ପ୍ରଥମ FRP ଆଲୁମିନିୟମ ୟୁନିଟ୍ ସମ୍ବଲପୁରରେ ଉଦଘାଟିତ
- ଅଫେରା ରାଇଜରେ ବଲିଉଡର ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସମୀର ପାତ୍ର…
Comments are closed.