Latest Odisha News

BREAKING NEWS

ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ପ୍ରସଙ୍ଗ: ହ୍ୟୁମାନ ସାଗରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଅଭିଯୋଗ

ଭୁବନେଶ୍ୱର: ଜଣାଶୁଣା ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଏବେ ଓଡ଼ିଶାରେ ସମାଲୋଚନାର ଶୀକାର ହୋଇଥିବା ବେଳେ ଏହା ନାରୀ ଜାତିକୁ ଅପମାନିତ କରିଛି ବୋଲି ଅଭିଯୋଗ କରି କମିଶନରେଟ ପୋଲିସରେ ଏଫଆଇଆର ଦିଆଯାଇଛି ।

BjdElectrycity

ମିଳିଥିବା ସୂଚନାନୁଯାୟୀ, ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତଟିରେ ସମଗ୍ର ମହିଳା ଜାତିକୁ ଅପମାନିତ କରାଯାଇଛି ଏବଂ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏକ ଲିଖିତ ଅଭିଯୋଗ ଦାଏର କରିଛି ‘ଓଡ଼ିଶା ସ୍ୱାଭିମାନୀ ମଞ୍ଚ’ ।

ଆଜି ଭୁବନେଶ୍ୱର କଟକ କମିଶନରେଟ ପୋଲିସଙ୍କ କାର୍ଯାଳୟରେ ଡ଼ିସିପିଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛି ‘ଓଡ଼ିଶା ସ୍ୱାଭିମାନୀ ମଞ୍ଚ’ ।

ଏଠାରେ ସୂଚନାଯୋଗ୍ୟ, ଏକ କଲେଜ ଯାଉଥିବା ଝିଅକୁ ମାରାତ୍ମକ କରୋନାଭାଇରସ୍ ଏବଂ ତାଙ୍କ ପ୍ରେମକୁ ଏହାର ବିଭିନ୍ନ ଲକ୍ଷଣ ସହିତ ତୁଳନା କରୁଥିବା ଏକ ଗୀତ ‘ଝିଅ ନୁହେଁ ତୁ କରୋନା ଭାଇରସ୍’କୁ ଗାଇ ଓଲିଉଡର ନାମିଦାମୀ ଗାୟକ ହ୍ୟୁମାନ ସାଗର ହେଉଛନ୍ତି ସମାଲୋଚନାର ଶିକାର । ଏହି ମ୍ୟୁଜିକ୍ ଭିଡିଓକୁ ୩୦ ଲକ୍ଷରୁ ଅଧିକ ଦର୍ଶକ ଏଯାଏଁ ଦେଖି ସାରିଲେଣି।

ଗୀତର ବିଷୟବସ୍ତୁକୁ ଅନେକ ସମାଲୋଚକ ଖଣ୍ଡନ କରୁଥିବାବେଳେ ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ମଧ୍ୟ ପୃଥିବୀକୁ ଘାରିଥିବା ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପରିହାସ କରିବାକୁ ଚେଷ୍ଟା କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

Leave A Reply

Your email address will not be published.