Latest Odisha News

BREAKING NEWS

ଡିସେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ, ଛୁଟି ତାଲିକାରେ ଦିଅନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ବର୍ଷର ଶେଷ ମାସ ଡିସେମ୍ବରରେ ୧୭ଦିନ ବ୍ୟାଙ୍କ ବନ୍ଦ ରହିବ । ଡିସେମ୍ବର ୨୦୨୪ ରେ ଜାତୀୟ ଓ ସ୍ଥାନୀୟ ଛୁଟି କାରଣରୁ ଅଲଗା ଅଲଗା ସ୍ଥାନରେ ବ୍ୟାଙ୍କ 17 ଦିନ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜସ୍ବ ଓ୍ବେବସାଇଟରେ ଛୁଟିର ସୂଚନା ପ୍ରଦାନ କରିଛି । ଏହି ତାଲିକାରେ ଏହି ମାସର ରବିବାର , ୨ୟ ଓ ୪ର୍ଥ ଶନିବାର ଛୁଟି ସାମିଲ ଅଛି । ତେବେ ଏହି ମାସରେ ୫ଟି ରବିବାର ପଡୁଛି ସେହି ଦିନ ବ୍ୟାଙ୍କ ବନ୍ଦ ରହିବ ।

ଗ୍ରାହକମାନେ ଧ୍ୟାନ ରଖନ୍ତୁ ଛୁଟି ଦିନ ମାନଙ୍କରେ ଡିଜିଟାଲ ବ୍ୟାଙ୍କିଗ ସେବା ଜାରି ରହିଥାଏ । ଆପଣମାନେ ନିଜର ବ୍ୟାଙ୍କ କାମ ଅନଲାଇନ୍ କରି ପାରିବେ ।

ତେବେ ଆସନ୍ତୁ ଜାଣିବା ଡିସେମ୍ବର ୨୦୨୪ରେ ବ୍ୟାଙ୍କ ଛୁଟିର ତାଲିକା

୧ ଡିସେମ୍ବର ୨୦୨୪- ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

୩ ଡିସେମ୍ବର ୨୦୨୪- ସେଣ୍ଟ ଫ୍ରାନ୍ସିସ୍ ଜାଭିଅର୍ କାରଣରୁ ଗୋଆରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

୮ ଡିସେମ୍ବର ୨୦୨୪- ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

୧୨ ଡିସେମ୍ବର ୨୦୨୪ – ପା-ଟୋଗାନ୍ ନେଙ୍ଗମିନଜା ସାଙ୍ଗମା ଯୋଗୁଁ ବ୍ୟାଙ୍କଗୁଡିକ ମେଘାଳୟରେ ବନ୍ଦ ରହିବ

୧୪ ଡିସେମ୍ବର ୨୦୨୪ – ୨ୟ ଶନିବାର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

୧୫ ଡିସେମ୍ବର ୨୦୨୪- ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

୧୮ ଡିସେମ୍ବର ୨୦୨୪ – ୟୁ ସୋସୋ ଥାମ୍ ଙ୍କ ପୁଣ୍ୟତିଥି ହେତୁ ମେଘାଳୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

୧୯ ଡିସେମ୍ବର ୨୦୨୪ – ଗୋଆ ମୁକ୍ତି ଦିବସ ଅବସରରେ ବ୍ୟାଙ୍କଗୁଡିକ କେବଳ ଗୋଆରେ ବନ୍ଦ ରହିବ

୨୨ ଡିସେମ୍ବର ୨୦୨୪- ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

୨୪ ଡିସେମ୍ବର ୨୦୨୪ – ଖ୍ରୀଷ୍ଟମାସର ପୂର୍ବ ସଂଧ୍ୟା ଅବସର ଏବଂ ଗୁରୁ ତେଗ ବାହାଦୂରଙ୍କ ଶହୀଦ ଦିବସ ଅବସରରେ ପଞ୍ଜାବ, ଚଣ୍ଡିଗଡ଼, ନାଗାଲ୍ୟାଣ୍ତ,ମିଜୋରାମ ଏବଂ ମେଘାଳୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

୨୫ ଡିସେମ୍ବର ୨୦୨୪ – ଖ୍ରୀଷ୍ଟମାସ ଅବସରରେ ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ବନ୍ଦ ରହିବ

୨୬ ଡିସେମ୍ବର ୨୦୨୪ – ମିଜୋରାମ, ନାଗାଲ୍ୟାଣ୍ଡ ଓ ମେଘାଳୟରେ ବ୍ୟାଙ୍କ ବନ୍ଦ ରହିବ

୨୭ ଡିସେମ୍ବର ୨୦୨୪- ଖ୍ରୀଷ୍ଟମାସ ସମାରୋହ କରାଣରୁ ନାଗାଲ୍ୟାଣ୍ତରେ ବ୍ୟାଙ୍କ ବନ୍ଦ ରହିବ

୨୮ ଡିସେମ୍ବର ୨୦୨୪ – ମାସର ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ

୨୯ ଡିସେମ୍ବର ୨୦୨୪ – ରବିବାର ହୋଇଥିବାରୁ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ

୩୦ ଡିସେମ୍ବର ୨୦୨୪ – ୟୁ କିଆଙ୍ଗ ନାଙ୍ଗବା ପର୍ବରେ ମେଘାଳୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

୩୧ ଡିସେମ୍ବର ୨୦୨୪ – ନୂଆ ବର୍ଷ ପୂର୍ବ ସଂଧ୍ୟା କାରଣରୁ ମିଜୋରାମ ଏବଂ ସିକ୍କିମରେ ବ୍ୟାଙ୍କ ଛୁଟି ରହିବ

Leave A Reply

Your email address will not be published.