Latest Odisha News

BREAKING NEWS

୧୮ରୁ ୨୩ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ

ଭୁବନେଶ୍ୱର: କାଲିଠାରୁ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଚଳିତ ମାସ ୩୧ ଦିନ ପଡୁଥିବା ବେଳେ ଆସନ୍ତା କାଲି ଅର୍ଥାତ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ ରହିବ । ଏନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

୧୮ତାରିଖ ମଙ୍ଗଳବାର ‘ଥାଇ ପୁସମ୍’ ପଡୁଥିବାରୁ କେବଳ ଚେନ୍ନାଇରେ ବ୍ୟାଙ୍କ ସେବା ବନ୍ଦ ରହିବ । ୨୨ ଜାନୁଆରୀ ମାସର ଚତୁର୍ଥ ଶନିବାର, ଜାନୁଆରୀ ୨୩ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ । ୨୫ ଜାନୁଆରୀ ମଙ୍ଗଳବାର ହିମାଚଳପ୍ରଦେଶରେ ରାଜ୍ୟ ସ୍ଥାପନା ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨୬ଜାନୁଆରୀ ବୁଧବାର ଗଣତନ୍ତ୍ର ଦିବସ ହୋଇଥିବାରୁ ପୂରା ଦେଶରେ ବ୍ୟାଙ୍କ ଛୁଟି ରହିବ । ୩୧ ଜାନୁଆରୀ ସୋମବାର ଆସାମରେ ବ୍ୟାଙ୍କ ଛୁଟି ରହିବ ବୋଲି ଆରବିଆଇ ଛୁଟି ଲିଷ୍ଟ ଜାରି କରିଛି ।

ଏହି ଛୁଟି ଦିନ ଗୁଡିକ ସବୁ ରାଜ୍ୟରେ ଲାଗୁ ହେବ ନାହିଁ । ଅଲଗା ଅଲଗା ରାଜ୍ୟରେ ଅଲଗା ଛୁଟି ରହିବ । କେବଳ ଗଣତନ୍ତ୍ର ଦିବସ, ରବିବାର ଏବଂ ଚତୁର୍ଥ ଶନିବାର ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।

Comments are closed, but trackbacks and pingbacks are open.