Latest Odisha News

BREAKING NEWS

ଲକ୍‌ଡାଉନରେ ଲୁଟେରାଙ୍କ ରାଜ୍‌, ଲୁଟି ନେଲେ ଦେଢ କୋଟି

ପାଟନା :  ଦିନ ହେଉ କି ରାତି । ଘର ହେଉ କି ବ୍ୟାଙ୍କ । ଲକ୍‌ଡାଉନରେ ସବୁଠି ଲୁଟେରାଙ୍କ ରାଜ୍‌ । ସବୁଠି ଚାଲିଛି ଲୁଟ୍ ପାଟ ।  ବିହାରର ବୈଶାଳୀ ଜିଲ୍ଲାର ହାଜିପୁର ଜାରୁଆ ଅଞ୍ଚଳରେ ବ୍ୟାଙ୍କରୁ ଲୁଟେରା ଲୁଟିନେଲେ କୋଟିଏରୁ ଅଧିକ ଟଙ୍କା । ବାଇକରେ ଆସିଥିବା ପାଞ୍ଚ ଜଣ ଲୁଟେରା ଟଙ୍କା ଲୁଟି ନେଇଛନ୍ତି । ବ୍ୟାଙ୍କ ଖୋଲିବା ମାତ୍ରେ ଡକାୟତମାନେ ଭିତରକୁ ଯାଇ ବ୍ୟାଙ୍କକୁ ଭିତରୁ ତାଲା ପକାଇ ଦେଇଥିଲେ । ଏହା ପରେ ବ୍ୟାଙ୍କ କର୍ମଚାରୀ ଏବଂ ଜଣେ ଗ୍ରାହକଙ୍କୁ ବନ୍ଦୀ କରି ଟଙ୍କା ଲୁଟିଥିଲେ । ଲୁଟେରାମାନେ ବ୍ୟାଙ୍କରେ ଉପସ୍ଥିତ ଗ୍ରାହକଙ୍କ  ଟଙ୍କା ମଧ୍ୟ ନେଇ ପଳାଇଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁବାର ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ପୋଲିସ ଯାଞ୍ଚ କରୁଛି । ଡକାୟତି ପରେ ସମସ୍ତ ଅପରାଧୀମାନ ଅସ୍ତ୍ରଶସ୍ତ୍ର ଦେଖାଇ ଫେରାର୍ ହୋଇଥିଲେ । ଲୁଟେରା ଚାଲିଯିବା ପରେ ବ୍ୟାଙ୍କ କର୍ମଚାରୀମାନେ ପୋଲିସକୁ ସୂଚନା ଦେଇଥିଲେ । ବ୍ୟାଙ୍କ ଭିତରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ସ୍କାନ କରୁଛି ।

ଏହାପୂର୍ବରୁ ବିହାରର ସମସ୍ତୀପୁର ଜିଲ୍ଲାର ତାଜପୁର ପୋଲିସ ଷ୍ଟେସନ ଅଞ୍ଚଳର NH-28 ନିକଟରେ ଥିବା ଷ୍ଟେଟ ବ୍ୟାଙ୍କର ଶାଖାରୁ ପ୍ରାୟ ଆଠ ଲକ୍ଷ ଟଙ୍କା ଡକାୟତି କରିଥିଲେ ।  ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । …

Leave A Reply

Your email address will not be published.