Latest Odisha News

BREAKING NEWS

ଭଡ଼ା ଘରୁ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ସରୋଜ କୁମାର ଶବର ଓ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ବୋଲି ଜଣାପଡିଛି ।

ଭଡ଼ା ଘରୁ ସଜ୍ଞାହୀନ ଅବସ୍ଥାରେ ସରୋଜଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗତ ଦୁଇ ବର୍ଷ ହେଲା ସେ ଲକ୍ଷ୍ମୀପୁର ଆଇଓବି ବ୍ୟାଙ୍କର ମ୍ୟାନେଜର ଦାୟିତ୍ୱରେ ଥିଲେ ।

ମୃତଦେହ ଖଟ ଉପରେ ପଡିଥିବା ବେଳେ ମୃତଦେହ ନିକଟରେ ପାଣି ବୋତଲ ଏବଂ ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି । ସରୋଜ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟିବ ।

Comments are closed.