Latest Odisha News

ବୃଦ୍ଧାଙ୍କୁ ଖଟିଆରେ ଘୋଷାଡି ବ୍ୟାଙ୍କ ନେବା ଘଟଣା, ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ନୂଆପଡା: ଦୁଇ ଦିନ ତଳେ ନୂଆପଡା ଜିଲ୍ଲାରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଥିଲା । ମ୍ୟାନେଜରଙ୍କ କହିବାନୁସାରେ ଜଣେ ଝିଅ ଚାଲିବାକୁ ଅକ୍ଷମ ଥିବା ମା’ଙ୍କୁ ଜନଧନ ଯୋଜନାର ଟଙ୍କା ଉଠାଇବା ପାଇଁ ବାଧ୍ୟ ହୋଇ ଖଟରେ ଘୋଷାଡି ବ୍ୟାଙ୍କ ପର୍ଯ୍ୟନ୍ତ ନେଇଥିଲେ । ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହି ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବରଗାଁ ଶାଖାର ମ୍ୟାନେଜର ଅଜିତ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।  ଉଲ୍ଲେଖଯୋଗ୍ୟ, ଦଉଡିଆ ଖଟରେ ଟଣା ହୋଇ ଯାଉଥିବା ବୃଦ୍ଧା ମହିଳା ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବଗାଁର ଲବେ ବାଗ୍‌। ଜନଧନ ଯୋଜନାରେ ମହିଳାଙ୍କ ଖାତାକୁ ତିନି ମାସରେ ୧୫ଶହ ଟଙ୍କା ଆସିଥିଲା ।

ଟଙ୍କା ଉଠାଇବା ପାଇଁ ତାଙ୍କ ଝିଅ ଯେତେବେଳେ ସ୍ଥାନୀୟ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଯାଇଥିଲେ। ବ୍ୟାଙ୍କ କର୍ମଚାରୀ ମା’ ନଆସିଲେ ଟଙ୍କା ମିଳିବ ନାହିଁ ବୋଲି କହିଥିଲେ। ଝିଅ ବାଧ୍ୟ ହୋଇ ଚାଲିବାକୁ ଅକ୍ଷମ ଥିବା ମା’କୁ ଖଟିଆରେ ଟାଣିଟାଣି ବ୍ୟାଙ୍କ ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଥିଲା।

Comments are closed.