Latest Odisha News

BREAKING NEWS

ଉନ୍ମୋଚିତ ହେବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ; ଫୋରେନସିକ୍ ଟିମ୍ କରିବ ଅଧିକ ଯାଞ୍ଚ !

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଲାଗି ତାଙ୍କ ପରିବାର ପକ୍ଷରୁ ଅଧିକ ତଦନ୍ତ ଓ ଯାଞ୍ଚ କରାଯିବା ନେଇ ପୋଲିସ ନିକଟରେ ଦାବି କରିଥିଲେ । ସୁଶାନ୍ତ ଯେ ଆତ୍ମହତ୍ୟା କରିଥିବେ ଏଥିରେ ତାଙ୍କ ସାନ ଭଉଣୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଅଧିକ ଯାଞ୍ଚ ଚାହୁଁଥିଲେ ସାନ ଭଉଣୀ ।

ଅଧିକ ପଢନ୍ତୁ: ଜାଣନ୍ତୁ କ’ଣ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ ?

ଅନ୍ତିମ ସଂସ୍କାର ହେବା ପୂର୍ବରୁ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସହିତ ଅଧିକ ଯାଞ୍ଚ ଲାଗି ଫୋରେନସିକ୍ ଟିମ୍ ସୁଶାନ୍ତଙ୍କ ମୃତ ଶରୀରର କିଛି ଆବଶ୍ୟକୀୟ ଅଂଶ ସଂଗ୍ରହ କରିଥିଲେ ।

ସୁଶାନ୍ତଙ୍କ ମୃତ ଶରୀରର କିଛି ଅଙ୍ଗକୁ ଫୋରୋନସିକ୍ ଟିମ୍ ସଂଗ୍ରହ କରି ଅଧିକ ପରୀକ୍ଷା ଲାଗି ଡଃ ଆରଏନ କୁପର୍ ହସ୍ପିଟାଲକୁ ପଠାଇ ଦେଇଛନ୍ତି । ତେବେ ପ୍ରୋଭିସନାଲ୍ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ବଲିଉଡ଼ର ଜଣେ ସଫଳ ଅଭିନେତା ଭାବେ ସୁଶାନ୍ତ ଦ୍ରୁତଗତିରେ ଶୀର୍ଷସ୍ଥାନକୁ ଅଗ୍ରସର ହେଉଥିଲେ । ସଫଳତାର ଶୀର୍ଷରେ ପହଞ୍ଚିବା ବେଳକୁ ସେ ଅଗଣିତ ଫ୍ୟାନମାନଙ୍କୁ ଶୋକ ସାଗରରେ ଭସାଇ ଦେଇ ପରଲୋକକୁ ଚାଲିଗଲେ । ତାଙ୍କର ଅଗଣିତ ଫ୍ୟାନ ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ଗଣମାଧ୍ୟମରେ ପ୍ରଚାର ଓ ପ୍ରସାରିତ ହୋଇଥିଲେ ମଧ୍ୟ ଏହା ପଛରେ ଅଧିକ କିଛି ରହସ୍ୟ ରହିଥିବାର ସନ୍ଦେହ କରିଥିଲେ ତାଙ୍କର ଜଣେ ସମ୍ପର୍କୀୟ ଯିଏକି ହରିୟାଣାରେ ଏଡ଼ିଜି ଅଛନ୍ତି । ସେ ଏହି ଘଟଣାର ଅଧିକ ତଦନ୍ତ ଚାହିଁଥିଲେ ।

Leave A Reply

Your email address will not be published.