Latest Odisha News

ରେମଡେସିଭିର କଳାବଜାରୀ ବେଳେ ଆସିଣ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର ଗିରଫ

ଲକ୍ଷ୍ନୌ: କରୋନା ସଂକଟ କାଳରେ ଅକ୍ସିଜେନ୍, ରେମଡେସିଭିର ଭଳି ଇଞ୍ଜେକ୍ସନର ଚାହିଦା ବଢ଼ିଛି । ପ୍ରିୟ ପରିଜନଙ୍କୁ ବଞ୍ଚାଇବା ଲାଗି ଲୋକେ ଔଷଧ ଖୋଜୁଥିବା ଫାଇଦା ନେଉଛନ୍ତି ଠକ । ଲକ୍ଷ୍ନୌରେ ରେମଡେସିଭିର କଳାବଜାରୀ କରୁଥିବା ବ୍ୟାଙ୍କ ଅଫ୍ ବରୋଦାରେ ଆସିଣ୍ଟାଣ୍ଟ ମ୍ୟାନେଜରଙ୍କୁ ଗିରଫ କରାଯାଇଛି । ପୋଲିସ ତାଙ୍କୁ ଠାରୁ ୧୨ଟି ରେମଡେସିଭିର ଇଞ୍ଜେକ୍ସନ୍ ଜବତ କରିଛି । ଏଥିପାଇଁ ସୋସିଆଲ୍ ମିଡିଆରେ ଗ୍ରୁପ୍ କରି ଗୋଟିଏ ଇଞ୍ଜେକ୍ସନକୁ ୧୫ରୁ ୨୦ ହଜାର ଟଙ୍କାରେ ସେ ବିକ୍ରି କରୁଥିଲା ।

ଲକ୍ଷ୍ମୀପୁରାର ଜଣେ ବ୍ୟକ୍ତିଙ୍କ ମାଆ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ରେମଡେସିଭିର ଇଞ୍ଜେକ୍ସନ ଦେବା ପାଇଁ ଡାକ୍ତର କହିଥିଲେ । ଏହାପରେ ମନୋଜ ସୋସିଆଲ୍ ମିଡିଆରେ ବାଙ୍କେ ବିହାରୀ ନାମକ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ । ହସ୍ପିଟାଲରୁ ମାତ୍ର କିଛି ମିଟର ଦୂରରେ ମନୋଜକୁ ଇଞ୍ଜେକ୍ସନ୍ ଦେଇଥିଲେ ବାଙ୍କେ ବିହାରୀ । ଗୋଟିଏ ଇଞ୍ଜେକ୍ସନକୁ ୧୫ ହଜାର ଟଙ୍କା ହିସାବରେ ୪୫ ହଜାର ଟଙ୍କା ନେଇଥିଲେ ।

ତେବେ ଇଞ୍ଜେକ୍ସନ୍ ଦେବା ପରେ ମନୋଜଙ୍କ ମାଆଙ୍କୁ ରିଆକ୍ସନ୍ ହୋଇଥିଲା । ଯାହାପରେ ମନୋଜ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ପରିଚୟ ଲୁଚାଇ ବାଙ୍କେ ବିହାରୀଙ୍କୁ ରେମଡେସିଭିର ମାଗିଥିଲା । ବାଙ୍କେ ବିହାରୀ ଇଞ୍ଜେକ୍ସନ୍ ଦେବାକୁ ଆସିବା ବେଳେ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା ।

Leave A Reply

Your email address will not be published.