Latest Odisha News

BREAKING NEWS

ମଇ୨୬ରେ ବ୍ଲଡ ମୁନ୍

ଭୁବନେଶ୍ୱର :ଚନ୍ଦ୍ର ଗ୍ରହଣ କଣ? କାହିଁକି ହୁଏ? ଏକଥା ଆମେ ସମସ୍ତେ ଜାଣିଛେ । ହେଲେ ବ୍ଳଡ଼ ମୁନ୍ ବା ରକ୍ତ ଚନ୍ଦ୍ର କଣ? ଏହି କଥା ଉଠିଲେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ? ତେବେ କଣ ଏହି ବ୍ଲଡ ମୁନ୍ । ପୃଥିବୀର ଛାଇ ଯେତେବେଳେ ଚନ୍ଦ୍ର ଉପରେ ପଡିଥାଏ ତାହା ସମ୍ପୁର୍ଣ୍ଣ ଅଦୃଶ୍ୟ ହୋଇନଥାଏ । ସେତେବେଳେ ସୂର୍ଯ୍ୟର ଝାପ୍‌ସା କିରଣ ଚନ୍ଦ୍ର ପୃଷ୍ଠରେ ପଡୁଥିବାରୁ ଏହା ଖାଲି ଆଖିକୁ ଦେଖାଯାଏ । ଚନ୍ଦ୍ର କିରଣର ପ୍ରତିଫଳନ ଯୋଗୁ ଏହା ଚନ୍ଦ୍ର ପୃଷ୍ଠକୁ କମଳା ଓ ଲାଲ୍ ରଙ୍ଗରେ ଦୃଶ୍ୟମାନ ହୁଏ । ଯାହାକୁ ବ୍ଲଡ୍ ମୁନ୍ ବୋଲି କୁହାଯାଏ ।

ଆସନ୍ତା ମଇ୨୬ରେ ଚଳିତ ବର୍ଷର ପ୍ରଥମ ଆଉ ବଡ଼ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଏହି ଚନ୍ଦ୍ରଗ୍ରହଣ ୧୪ମିନିଟ୍ ୩୦ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଆଉ ଏହା ଅଷ୍ଟ୍ରେଲିଆ, ପଶ୍ଚିମ ଆମେରିକା,ଦକ୍ଷିଣ ଆମେରିକାର କିଛି ଭାଗ ଓ ଦକ୍ଷିଣ-ପୂର୍ବ ଏସିଆର ଲୋକମାନଙ୍କୁ ଏହି ସୁପର ବ୍ଳଡ ମୁନ୍ ଦେଖିବାକୁ ମିଳିବ । ଏହା ପୂର୍ବରୁ ୨୦୧୯ ଜାନୁଆରୀ ୨୧ ତାରିଖ ଦେଖିବାକୁ ମିଳିଥିଲା । ତାପରେ ମଇ୨୬ରେ ପ୍ରଥମ ପୁର୍ଣ୍ଣ ଗ୍ରହଣ ହେବାକୁ ଯାଉଛି । ଏହା ପରେ ନଭେମ୍ବର ୧୯ରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ ।

Leave A Reply

Your email address will not be published.