Latest Odisha News

BREAKING NEWS

ଆସନ୍ତା ୧୬ ଓ ୧୭ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ : ସରକାରଙ୍କ ଆର୍ଥିକ ନୀତି ପ୍ରତିବାଦରେ ଆସନ୍ତା ୧୬ ଓ ୧୭ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ । ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଘରୋଇକରଣ ନିଷ୍ପତ୍ତି ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ । ସଙ୍ଗଠନର ସାଧାରଣ ସମ୍ପାଦକ ସଞ୍ଜୟ ଦାସ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ଯୋଗୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବ । ଏହାସହ ଗ୍ରାମୀଣ ଅର୍ଥନୀତି କ୍ଷତିଗ୍ରସ୍ତ ହେବ । ଏହି ଧର୍ମଘଟକୁ ସମର୍ଥନ ଜଣାଇଛି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ ।

ପ୍ରାୟ ସମସ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଏହି ଧର୍ମଘଟରେ ସାମିଲ ହେବେ । ଫଳରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ସମସ୍ତ ବ୍ୟାଙ୍କର କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହେବ । ୟୁଏଫବିୟୁରେ ସଦସ୍ୟ ଥିବା ସଂଗଠନ ଗୁଡିକ ଏହି ଧର୍ମଘଟରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି । ବ୍ୟାଙ୍କ ଧର୍ମଘଟ ଯୋଗୁ ଦେଶରେ ଏଟିଏମ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ଗତ ବଜେଟ୍ ଅଧିବେଶନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଘରୋଇକରଣ କରାଯିବ ବୋଲି ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଘରୋଇକରଣ ଜରିଆରେ ସରକାର ୧ ଲକ୍ଷ ୭୫ ହଜାର କୋଟି ଟଙ୍କା ସଂଗ୍ରହ କରିବେ ବୋଲି କହିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।

Leave A Reply

Your email address will not be published.