Latest Odisha News

BREAKING NEWS

ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ବର : ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିବେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଏହି ସମୟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର । ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେବା ପାଇଁ ଦୀର୍ଘଦିନ ହେଲା ଦାବି କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଏହି ଦାବି ଦୋହରାଇବେ ସରକାର ।

ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଫୋକସ୍‌ ଷ୍ଟେଟ୍ ମାନ୍ୟତା, ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି, କେନ୍ଦ୍ରୀୟ ଅନୁଦାନ ବୃଦ୍ଧି, ଆକାଂକ୍ଷୀ ଜିଲ୍ଲା ପାଇଁ ସ୍ବତନ୍ତ୍ର ଅନୁଦାନ ସଂପର୍କରେ ରାଜ୍ୟ ଦାବି ଉପସ୍ଥାପନ କରିପାରେ । ସେହିପରି ଉନ୍ନୟନ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରାଯିବ । ଆସନ୍ତାକାଲି ଦିନ ୧୧ରୁ ଗୋଟାଏ ଯାଏଁ ଆଲୋଚନା କରାଯିବ । ଏଥିରେ ଶିଳ୍ପପତି, ସାମାଜିକ କର୍ମୀ ଏବଂ ଉଦ୍ୟୋଗୀ ସାମିଲ ହେବେ ।

Leave A Reply

Your email address will not be published.