Latest Odisha News

BREAKING NEWS

ପୁରୀରେ ଚାଂଚଲ୍ୟ, ଯୁବତୀଙ୍କ ନଗ୍ନ ଭିଡିଓ ଉତ୍ତୋଳନ ଅଭିଯୋଗରେ ହୋଟେଲ ବୟ ଗିରଫ

ପୁରୀ: ଶ୍ରୀକ୍ଷେତ୍ରରେ ଜଣେ ଯୁବତୀଙ୍କ ନଗ୍ନ ଭିଡିଓ ରେକର୍ଡିଂ ମାମଲାରେ ଚାଂଚଲ୍ୟ ସୃଷ୍ଟି କରିଛି । ଏହି ମାମଲାରେ ଜଣେ ହୋଟେଲ ବୟ ଗିରଫ ହୋଇଛି । ଅନ୍ୟପଟେ ନଗ୍ନ ଭିଡିଓ ଉତ୍ତୋଳନ ଖବରକୁ ନେଇ ଓଡିଶା ତଥା ଓଡିଶା ବାହାରର ପର୍ଯ୍ୟଟକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

ପୋଲିସ ରିପୋର୍ଟ ଅନୁଯାୟୀ ହୋଟେଲ DKରେ ଏହି ଲଜ୍ଜାକାର ଘଟଣା ସାମ୍ନାକୁ ଆସିଛି । ଗତକାଲି ସୁନ୍ଦରଗଡରୁ ଜଣେ ଯୁବତୀ ଆସି ହୋଟେଲରେ ରହିଥିଲେ । ହୋଟେଲରେ ରହଣୀ ସମୟରେ ଯୁବତୀ ଜଣକ ବାଥରୁମରେ ଗାଧୋଉଥିବା ଅବସ୍ଥାରେ ଜଣେ ହୋଟେଲ ବୟ ସ୍କାଏ ଲାଇଟ୍ ବାଟେ ଏକ ମୋବାଇଲରେ ସମସ୍ତ ଦୃଶ୍ୟ କଏଦ କରିଥିଲା ।

ଏହି ଘଟଣା ପ୍ରଘଟ ହେବା ପରେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ସଂପୃକ୍ତ ହୋଟେଲ ବୟକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଗତ ୪ ମାସ ହେବ ପଶ୍ଚିମବଙ୍ଗ ଆସାନସୋଲରୁ ଆସି ହୋଟେଲ ଡିକେରେ କାର୍ଯ୍ୟରତ ଥିଲା । ଅଭିଯୁକ୍ତର ପରିଚୟ ୩୨ ବର୍ଷୀୟ ବିପ୍ଳବ ମିତ୍ର ବୋଲି ଜଣାପଡିଛି । ଅଭିଯୁକ୍ତଠାରୁ ମୋବାଇଲ ଜବତ କରି ପୋଲିସ ଫଟୋ ଓ ଭିଡିଓ ଡିଲିଟ୍ କରିବା ସହ ତାକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅନ୍ୟପଟେ ପୁରୀ ହୋଟେଲ ମାଲିକ ସଂଘ ଅଭିଯୁକ୍ତ ବିପ୍ଳବ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ।

Leave A Reply

Your email address will not be published.