Latest Odisha News

ଆସନ୍ତା ୨୪, ୨୫ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ ଏବଂ ୨୫ରେ ସାରା ଦେଶରେ ବ୍ୟାଙ୍କ ସେବା ବନ୍ଦ ରହିବ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ) ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି।

ସୂଚନା ଅନୁଯାୟୀ, ବ୍ୟାଙ୍କ ୟୁନିଅନଗୁଡ଼ିକ ନିୟମିତ ନିଯୁକ୍ତି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଭଳି ଦାବି କରୁଛନ୍ତି।

ତେବେ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (ଆଇବିଏ) ସହିତ ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ନ୍ୟାସନାଲ କନଫେଡେରେସନ ଅଫ୍ ବ୍ୟାଙ୍କ ଏମ୍ପ୍ଲୋଇଜର ସାଧାରଣ ସମ୍ପାଦକ ଏଲ୍ ଚନ୍ଦ୍ରଶେଖର ଏହି ଦାବି ସମ୍ପର୍କରେ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଯଦି ଧର୍ମଘଟ ଜାରି ରହେ ତେବେ ସାରା ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହେବ। ଚେକ୍ କ୍ଲିୟରାନ୍ସ, ନଗଦ କାରବାର ଏବଂ ଅନ୍ୟାନ୍ୟ ବ୍ୟାଙ୍କ କାର୍ଯ୍ୟରେ ମଧ୍ଯ ବିଳମ୍ବ ହୋଇପାରେ। ସେହିପରି

ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମ ଶନିବାର ଓ ରବିବାର ପଡ଼ୁଛି ଏହାପରେ ଦୁଇଦିନ ଆନ୍ଦୋଳନ ଡାକରା ଦେଇଛନ୍ତି ବ୍ୟାଙ୍କ୍‌ କର୍ମଚାରୀ । ଏହିଭଳି ଭାବରେ ମୋଟ ୪ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ ।

 

Comments are closed.