ପୁରୀ : ଆଜି ହେଉଛି ପଞ୍ଚୁକର ଦ୍ବିତୀୟ ଦିନ । ଏହି ଅବସରରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରଦ୍ଧାଳୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ ସେ ସମୟରେ ବ୍ରଜ ଦାଣ୍ଡ ରେ ଏହି ରୂପରେ ଅକ୍ରୁର ଦର୍ଶନ କରିଥିଲେ। ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଅଛି । ଏହି ବେଶରେ ଠାକୁର ମାନେ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୂଡା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୂଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୂଡ଼ା ବେଶ କୁହାଯାଏ । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତିମିଳେ ବୋଲି ବିଶ୍ୱାସ ରହିଛି | ତେବେ ଆସନ୍ତାକାଲି ମହାପ୍ରଭୁ ତିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ |
BREAKING NEWS
- Leave Iran immediately: ତୁରନ୍ତ ଇରାନ ଛାଡ…ତୃତୀୟ ଥର ପାଇଁ ଆଡଭାଇଜରୀ ଜାରି କଲା ଭାରତ
- Capital Hospital: ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ; ଚିକିତ୍ସା ନମିଳିବାରୁ …
- Brown Sugar: ୧୨ ଲକ୍ଷ ଟଙ୍କାର ଧଳାଜହର ଜବତ, ୭ ଗିରଫ
- ଓଡ଼ିଶା ସରକାର ଓ ଏନଆଇଇପିଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର;ଲକ୍ଷ୍ୟ ମାନସିକ ଅନଗ୍ରସର ବ୍ୟକ୍ତି…
- X down: ଗୋଟିଏ ସପ୍ତାହରେ ୨ୟ ଥର ପାଇଁ X ହେଲା ଡାଉନ, ଭାରତ ସମେତ ସାରା ବିଶ୍ୱର ୟୁଜର ପ୍ରଭାବିତ
- କିଟରେ ଚେସ୍ ମହାକୁମ୍ଭ ଉଦ୍ଯାପିତ
- ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…
- National Education Policy: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ ମନ୍ତ୍ର
- ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
- ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…
Comments are closed.