Latest Odisha News

BREAKING NEWS

ହିନ୍ଦୁ ନେତା ସୁଧୀର ସୁରୀଙ୍କୁ ହତ୍ୟା କରିଛି ଖଲିସ୍ତାନୀ ଆତଙ୍କୀ ଲଖବୀର ?

ଅମ୍ରିତସର: ପଞ୍ଜାବର ଅମ୍ରିତସରରେ ଶୁକ୍ରବାର ହିନ୍ଦୁ ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏବେ ଏହି ଘଟଣା ନୂଆ ମୋଡ ନେଇଛି । କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କୀ ଲଖବୀର ଲଣ୍ଡା ଏହି ହତ୍ୟା ଘଟଣାରେ ନିଜକୁ ଦାୟୀ କରିଛି । ପୂର୍ବରୁ ମଧ୍ୟ ସୁଧୀରଙ୍କୁ ହତ୍ୟା କରିବା ପାଇଁ ଲଖବୀର ଷଡଯନ୍ତ୍ର ରଚିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ଏହି ହତ୍ୟା ଘଟଣାରେ ସନ୍ଦୀପ ସିଂ ଓରଫ ସ୍ୟାଣ୍ଡିଙ୍କୁ ପୋଲିସ ଗିରଫ କରିନେଇଛି । ଲଖବୀର ପୋଷ୍ଟ କରି ଧମକ ଦେଇଛି ଯେ, ଏହା ତ ଆରମ୍ଭ । ଯିଏ ବି ଶିଖ କିମ୍ବା ଅନ୍ୟ ଧର୍ମନେଇ ଖରାପ କହିବ, ସେମାନେ ସମସ୍ତେ ନିଜ ମୃତ୍ୟୁ ପାଇଁ ପ୍ରସ୍ତୁତ ରହିବେ । କୌଣସି ପ୍ରକାରର ସୁରକ୍ଷା ସେମାନଙ୍କୁ ରକ୍ଷା କରିପାରିବ ନାହିଁ ।

ସୁଧୀରଙ୍କ ସୁରକ୍ଷା ପାଇଁ ୧୫ ପୋଲିସକର୍ମୀ ଓ ଏକ ପାଇଲଟ ଜିପ୍ସି ନିୟୋଜିତ କରାଯାଇଥିଲା । ପଞ୍ଜାବ ପୋଲିସ ପକ୍ଷରୁ ୱାଇ ସିକ୍ୟୁରିଟି ମଧ୍ୟ ପ୍ରଦାନ କରା ଯାଇଥିଲା । ଏହା ସତ୍ୱେ ଅମ୍ରିତସରର ଗୋପାଳ ମନ୍ଦିର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରୁଛି ।

Leave A Reply

Your email address will not be published.