Latest Odisha News

BREAKING NEWS

ଆଜିଠୁ ବ୍ୟାଙ୍କରେ ସକାଳ ୧୦ରୁ ୨ଟା ଗ୍ରାହକ ସେବା, କରୋନା ଯୋଗୁ କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ବ୍ୟାଙ୍କରେ ଗ୍ରାହକ ସେବା ସମୟରେ ପରିବର୍ତ୍ତନ ହୋଇଛି । ଆଜିଠାରୁ ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ଣ ୨ଟା ଯାଏ ଗ୍ରାହକ ସେବା ଯୋଗାଇବେ । ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ବି ହେଲେଣି । ଏଭଳି ସ୍ଥିତିରେ ଗ୍ରାହକ ସେବାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ବ୍ୟାଙ୍କିଂ ସେବା ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । କିନ୍ତୁ ଗ୍ରାହକ ସେବା ୨ଟା ଯାଏ ମିଳିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିବ ।

ଯେଉଁ ବ୍ୟାଙ୍କରେ କମ୍ ସଂଖ୍ୟକ କର୍ମଚାରୀ ଥିବେ ସେଠାରେ ଅତି କମରେ ୫ଜଣ କର୍ମଚାରୀ ରହିବାକୁ ପଡ଼ିବ । ବ୍ୟାଙ୍କ ସମୟରେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଗର୍ଭବତୀ ଓ ଭିନ୍ନକ୍ଷମ କର୍ମଚାରୀମାନେ ଘରୁ ରହି କାର୍ଯ୍ୟ କରିପାରିବେ । ଜରୁରୀ କାମ ନଥିଲେ ବ୍ୟାଙ୍କକୁ ନଆସିବା ପାଇଁ ଗ୍ରାହକଙ୍କୁ ପରାମର୍ଶ ବି ଦିଆଯାଇଛି ।

Leave A Reply

Your email address will not be published.