Latest Odisha News

BREAKING NEWS

ଆଜି ରାଜ୍ୟରୁ ୬୫୯୯ କରୋନା ପଜିଟିଭ୍, ଗଞ୍ଜାମରେ ଦିନକରେ ସଂକ୍ରମଣ ବଢ଼ିଲା ୭୦%

ଭୁବନେଶ୍ୱର: ଗତକାଲି କମିଥିଲା । ଆଜି ରାଜ୍ୟରେ ପୁଣି ବଢ଼ିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ହଜାର ୫୯୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୭୭୨ଟି ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ ପଜିଟିଭ୍ ବାହାରିଛନ୍ତି । ସେହିପରି ନୂଆପଡାରୁ ୫୫୧, କଟକରୁ ୪୮୮, ଝାରସୁଗୁଡାରୁ ୪୩୬ ଓ ସୁନ୍ଦରଗଡ଼ି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୪୩୪ ପଜିଟିଭ ।

ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ୭୦ ପ୍ରତିଶତ ବଢ଼ିଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୨୩ ସଂକ୍ରମିତ । ଗତକାଲି ଏହି ସଂଖ୍ୟା ଥିଲା ୧୩୪ । ସେହିପରି ଯାଜପୁରରୁ ୨୩୭, ସମ୍ୱଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବଗରଡ଼ରୁ ବାହାରିଛନ୍ତି ୨୦୩ ନୂଆ ଆକ୍ରାନ୍ତ । ୧୮ଟି ଜିଲ୍ଲାରେ ଶହେ ଉପରେ ରହିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ଲକ୍ଷ ୧୪ହଜାର ୫୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୩ଲକ୍ଷ ୬୨ହଜାର ୯୩୧ ଆକ୍ରାନ୍ତ । କରୋନା ଆକ୍ଟିଭ୍ କେସ୍ ସଂଖ୍ୟା ୪୯ହଜାର ୭୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.