Latest Odisha News

ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଶ୍ୱକେଶନ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଜି ନାମାଙ୍କନ ଦାଖଲ କରିବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ନିଜ ସମର୍ଥକଙ୍କ ସହ ଜିଲ୍ଲା କଂଗ୍ରେସ ଭବନ ନିକଟରେ ପହଞ୍ଚିବା ପରେ କରୋନା କଟକଣା ଭିତରେ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ପରେ ପିପିଲି ଉପନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ନାମାଙ୍କନ ଦାଖଲ ପରେ ଖୁବଶୀଘ୍ର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଶ୍ୱକେଶନ ।

ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ନିଆଯିବ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ଭିତରେ ତ୍ରିମୁଖି ଲଢ଼େଇ ହେବ । ମେ’ ୧୯ ତାରିଖରେ ଭୋଟ୍ ଗଣତି ପରେ ପ୍ରକାଶ ପାଇବ ଫଳାଫଳ ।

Leave A Reply

Your email address will not be published.