Latest Odisha News

BREAKING NEWS

ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ । ଚତୁର୍ଥ ଶନିବାର ଓ ରବିବାର ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଶ୍ରମିକ ସଂଗଠନ ଦେଇଥିବା ଧର୍ମଘଟ ଡାକରାରେ ସାମିଲ ହେବେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ଓ ସର୍ବଭାରତୀୟ ବ୍ୟାଙ୍କ ଅଫିସର ସଂଘ ।

ଏଥିପାଇଁ ସୋମବାର ଓ ମଙ୍ଗଳବାର ବ୍ୟାଙ୍କ ବନ୍ଦ ରହିବା ଆଶଙ୍କା ରହିଛି । ଶ୍ରମିକ ସଂଗଠନ ପକ୍ଷରୁ ଚଳିତ ମାସ ୨୮ ଓ ୨୯ରେ ସର୍ବଭାରତୀୟ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ବ୍ୟାଙ୍କ କର୍ମଚରୀ ସଂଘଗୁଡ଼ିକ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.