Latest Odisha News

BREAKING NEWS

ପୌର ନିର୍ବାଚନରେ ବି ବିଜେଡି ଆଗରେ: ଦ୍ବିତୀୟ ସ୍ଥାନରେ ବିଜେପି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନର ମତ ଗଣନା। ଏହାର ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ ଗତ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ବିଜେଡି ଆଗରେ ରହିବ । ତାଜା ତଥ୍ୟ ଅନୁଯାୟୀ, ୮୦ଟି ଭିତରୁ ବିଜେଡି ୫୩ ଟି, ବିଜେପି ୧୯ଟି, କଂଗ୍ରେସ ୩ଟି  ଓ ୫ଟି ସ୍ଥାନରେ ସ୍ବାଧୀନ ପୌର ଅଧ୍ୟକ୍ଷ ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି।

ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପୌର ନିର୍ବାଚନରେ କାଉନସିଲର/କର୍ପୋରେଟର, ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ୨୪ ତାରିଖରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ସକାଳ୮ଟାରୁ ଭୋଟ୍ ଗଣତି ଜାରି ରହିଥିବା ଜଣାଯାଇଛି । ଇଭିଏମରେ ମତଦାନ ହୋଇଥିବାରୁ ଅପରାହ୍ନ ସୁଦ୍ଧା କେଉଁ ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବେ ତାହା ଜଣାପଡ଼ିଯିବ।

 

ଏଥର ଏନ୍ଏସିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ଦୁଇଟି ଲେଖାଏଁ ଟେବୁଲ୍ ରଖାଯାଇଛି। ମ୍ୟୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ୫ଟି ଲେଖାଏଁ ଟେବୁଲ୍ ରଖାଯାଇଛି।
Leave A Reply

Your email address will not be published.