Latest Odisha News

BREAKING NEWS

ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଅକ୍ଟୋବରରେ ଏକାଧିକ ଛୁଟି ଯୋଗୁ ବ୍ୟାଙ୍କଗୁଡିକ ୨୧ ଦିନ ବନ୍ଦ ରହିବ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ପୂର୍ବପରି ଜାରି ରହିବ ବୋଲି ସୂଚନା ମିଳିଛି।

ଓଡିଶାରେ ବ୍ୟାଙ୍କଗୁଡିକ ୧୦ ଦିନ ବନ୍ଦ ରହିବ। ଅକ୍ଟୋବରରେ ବିଭିନ୍ନ ରାଜ୍ୟରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ଜାଣନ୍ତୁ।

ଅକ୍ଟୋବର ୨ (ଶନିବାର) ମହାତ୍ମା ଗାନ୍ଧୀ ଜୟନ୍ତୀ ସାରା ଦେଶରେ ବ୍ୟାଙ୍କ ସେବା ବନ୍ଦ ରହିବ

ଅକ୍ଟୋବର ୩ ରବିବାର, ଅକ୍ଟୋବର ୬ (ବୁଧବାର) ମହାଳୟା (ପଶ୍ଚିମବଙ୍ଗ, ତ୍ରିପୁରା, କର୍ଣ୍ଣାଟକ)ରେ ବ୍ୟାଙ୍କ ସେବା ବନ୍ଦ ରହିବ।

ସେହପରି ଅକ୍ଟୋବର ୭ (ଗୁରୁବାର) ଲେନିଙ୍ଗଥୋ ସାନାମାହି ମଣିପୁରରେ ବ୍ୟାଙ୍କ ସେବା ବନ୍ଦ ରହିବ।ସେହିପରି ଅକ୍ଟୋବର ୨ ଦ୍ୱିତୀୟ ଶନିବାର, ଅକ୍ଟୋବର ୧୦ ରବିବାର, ଅକ୍ଟୋବର ୧୨ (ମଙ୍ଗଳବାର) ଦୁର୍ଗା ପୂଜା (ମହା ସପ୍ତମୀ) ପଶ୍ଚିମବଙ୍ଗ, ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ।

ଅକ୍ଟୋବର ୧୩ (ବୁଧବାର) ଦୁର୍ଗା ପୂଜା (ମହା ଅଷ୍ଟମୀ) ତ୍ରିପୁରା, ଓଡିଶା, ଆସାମ, ପଶ୍ଚିମବଙ୍ଗ, ମଣିପୁର, ଝାଡଖଣ୍ଡରେ ବ୍ୟାଙ୍କ ସେବା ବନ୍ଦ ରହିବ।

ଅକ୍ଟୋବର ୧୪ (ଗୁରୁବାର): ଦୁର୍ଗା ପୂଜା (ମହା ନବମୀ) / ଆୟୁଥା ପୂଜା; ତ୍ରିପୁରା, କର୍ଣ୍ଣାଟକ, ତାମିଲନାଡୁ, ଆସାମ, ଉତ୍ତରପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ଝାଡଖଣ୍ଡ, ମେଘାଳୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

ଅକ୍ଟୋବର ୧୫ (ଶୁକ୍ରବାର): ଦୁର୍ଗା ପୂଜା (ଦଶହରା) ପ୍ରାୟ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

ଅକ୍ଟୋବର ୧୬ (ଶନିବାର): ଦୁର୍ଗା ପୂଜା (ଦାସେନ) ସିକ୍କିମରେ ବ୍ୟାଙ୍କ ବନ୍ଦ ରହିବ

ଅକ୍ଟୋବର ୧୭ ରବିବାର, ଅକ୍ଟୋବର ୮ (ସୋମବାର), (କଟି ବିହୁ) ଆସାମରେ ବ୍ୟାଙ୍କ ବନ୍ଦ ରହିବ।ଅକ୍ଟୋବର ୧୯ (ମଙ୍ଗଳବାର): ଇଦ୍‌-ଇ-ମିଲାଦ (ମହମ୍ମଦଙ୍କ ଜନ୍ମଦିନ) ଅଧିକାଂଶ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ୨୦ (ବୁଧବାର): ମହର୍ଷି ବାଲ୍ମିକୀ ଜନ୍ମଦିନ / ଲକ୍ଷ୍ମୀ ପୂଜା / ଇଦ୍‌-ଇ-ମିଲାଦ ଯୋଗୁ ତ୍ରିପୁରା, କର୍ଣ୍ଣାଟକ, ଚଣ୍ଡିଗଡ଼, ଜମ୍ମୁକଶ୍ମୀରରେ ବ୍ୟାଙ୍କ ବନ୍ଦ ରହିବ।

ଅକ୍ଟୋବର ୨୨ (ଶୁକ୍ରବାର): ଇଦ୍-ଇ-ମିଲାଦ-ଉଲ୍-ନାବି ଜମ୍ମୁକଶ୍ମୀରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଅକ୍ଟୋବର ୨୩ ଚତୁର୍ଥ ଶନିବାର, ଅକ୍ଟୋବର ୨୪ ରବିବାର, ଅକ୍ଟୋବର ୨୬ (ମଙ୍ଗଳବାର): ଆକ୍‌ସେସନ୍‌ ଡେ ଜମ୍ମୁକଶ୍ମୀରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

Leave A Reply

Your email address will not be published.