Latest Odisha News

BREAKING NEWS

ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ନେଇ ଭାରତକୁ ତାଳିବାନ ନିବେଦନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଦଖଲ ପରେ ତାଲିବାନ ଭାରତ ସହ ଆନୁଷ୍ଠାନିକ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ନିବେଦନ କରିଛି। ଏହାଦ୍ବାରା ତାଲିବାନ ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଥିବା ଜଣାପଡ଼ିଛି।

ଦୁଇ ଦେଶ ମଧ୍ୟରେ ହୋଇଥିବା ଏମଓୟୁ ସମ୍ପର୍କରେ ତାଲିବାନ କହିଛି ଯେ ଯାତ୍ରୀଙ୍କ ଗତିବିଧି ପାଇଁ ବିମାନ ଉଡ଼ାଣ ଆବଶ୍ୟକ। ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭକୁ ନେଇ ଚିଠି ଲେଖିଛି ତାଲିବାନ ସରକାର। ଆଫଗାନିସ୍ତାନର ଇସଲାମିକ୍ ଏମିରେଟର ନୂତନ ଶାସକ ଭାରତର ଡିଜିସିଏକୁ ଏହି ଚିଠି ଲେଛଖିଛନ୍ତି ।

ଆଫଗାନିସ୍ତାନର କାର୍ଯ୍ୟକାରୀ ବିମାନ ଚଳାଚଳ ମନ୍ତ୍ରୀ ଅଲହାଜ ହମିଦୁଲ୍ଲା ଅଖଣ୍ଡଜଡା ଭାରତୀୟ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଏକ ଚିଠି ଏ ସଂକ୍ରାନ୍ତରେ ନିବେଦନ କରିଛନ୍ତି। ଅଖଣ୍ଡଜଡା ଲେଖିଛନ୍ତି, ‘ଏହି ଚିଠି ଲେଖିବାର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ କରିବା।

Leave A Reply

Your email address will not be published.