Latest Odisha News

BREAKING NEWS

ହାତୀଗାଁରେ ହାତୀ ଆତଙ୍କ

ନବରଙ୍ଗପୁର: ହାତୀଗାଁରେ ପଶିଲେ ହାତୀ । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଛି ହାତୀ ପଲ । ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ନିକଟ ହାତୀ ଗାଁ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଓଡ଼ିଶା ଜଙ୍ଗଲ ଦେଇ ହାତୀଗାଁ ଭିତରକୁ ପଶି ଆସିଥିଲେ l ଗତକାଲି ରାତିରୁ ଛତିଶଗଡ଼ ଗରିଆବନ୍ଧର ସାଲେଭାଟା ଜଙ୍ଗଲରୁ ଆସିଥିଲେ ହାତୀପଲ  l ସାରା ରାତି ଓଡିଶା ଜଙ୍ଗଲରେ ତାଣ୍ଡବ ରଚିବା ସହିତ  ଫସଲ ନଷ୍ଟ କରିଛନ୍ତି ।

ରାତି ତମାମ ହାତୀ ଗାଁରେ ରହିବା ପରେ ସକାଳ ସମୟରେ ପୁଣି ଛତିଶଗଡ଼ ଜଙ୍ଗଲକୁ ଫେରି ଯାଇଥିଲେ l ଖବର ପାଇ ରାଇଘର ରେଞ୍ଜରଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍  ଜଙ୍ଗଲ କୁ ଯାଇ ହାତୀର ଗତିିବିଧି ଚିହ୍ନଟ କରି ଫେରିଛନ୍ତି ।  ହାତୀ ପଲର ପାଦ ଚିହ୍ନ ଦେଖିବା ସହିତ ସେମାନଙ୍କ ଚଲାପଥ ଅନୁସରଣ କରି ଛତିଶଗଡ ସୀମା ପର୍ଯ୍ୟନ୍ତ ଯାଇ ଫେରି ଆସିଛନ୍ତି l  ହାତୀ ପଲ ପଶିବା ଏହି ଅଞ୍ଚଳରେ ପ୍ରଥମ ଘଟଣା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି l

Leave A Reply

Your email address will not be published.