ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତା ଅଗଷ୍ଟ ମାସରେ ୧୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ମାସରେ ବିଭିନ୍ନ ଛୁଟି ଲାଗି ବ୍ୟାଙ୍କ ବନ୍ଦ ରହିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଜାଣନ୍ତୁ ତାଲିକା…
ଇଦ୍ ଯୋଗୁ ଅଗଷ୍ଟ ପହିଲାରେ ବ୍ୟାଙ୍କ କାମ ବନ୍ଦ ରହିବ । ୨ ତାରିଖ ରବିବାର ,୩ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା, ୮ରେ ଦ୍ୱିତୀୟ ଶନିବାର, ୯ରେ ରବିବାର, ୧୧ରେ ଜନ୍ମାଷ୍ଟମୀ, ୧୫ରେ ସ୍ବାଧୀନତା ଦିବସ, ୧୬ ଅଗଷ୍ଟରେ ରବିବାର, ୨୧ ଅଗଷ୍ଟରେ ତିଜ, ୨୨ ଅଗଷ୍ଟରେ ଗଣେଷ ଚତୁର୍ଥୀ, ଚତୁର୍ଥ ଶନିିବାର, ୨୩ ଅଗଷ୍ଟ ରବିବାର, ୩୦ ଅଗଷ୍ଟ ରବିବାର ମହରମ ଏବଂ ୩୧ରେ ଓନମ ପଡୁଥିବାରୁ ଏହିଦିନ ଗୁଡିକରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ ।
ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କର ଜୁରୁରୀ କାମ ସାରି ଦିଅନ୍ତୁ। ଏନେଇ ଲୋକମାନେ ରିଜର୍ଭ ବ୍ୟାଙ୍କ ଛୁଟି ତାଲିକାକୁ ମଧ୍ୟ ଦେଖି ପାରିବେ।
Comments are closed.