Latest Odisha News

ସ୍ଥିତି ଅସମ୍ଭାଳ: ଭାରତରେ ସାଢ଼େ ୧୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୩୪,୧୯୩

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ଏହି ମହାମାରୀ ଭାରତରେ ନେଇଛି ଯାଇଛି ୭୬୮ ଜଣଙ୍କର ଜୀବନ ।

ହୁ ହୁ ହୋଇ ବଢି ଚଳିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୫.୩୧ ଲକ୍ଷ ରେ ପହଞ୍ଚିଛି । ବିଶ୍ୱର ସଂକ୍ରମିତ ଦେଶଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଭାରତ ଉପରକୁ ଦ୍ଵିତୀୟ ସ୍ଥାନରେ ରାହିଛି ବ୍ରାଜିଲ ଓ ପ୍ରଥମ ସ୍ଥାନରେ ରାହିଛି ଆମେରିକା ।

ଏଯାବତ୍ ଭାରତରେ କରୋନାରେ ସଂକ୍ରମିତ ହୋଇ ୫,୦୯,୪୪୭ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୩୪,୧୯୩ ଜଣ ପ୍ରାଣ ହରାଇଛନ୍ତି । ୯,୮୮,୦୩୦ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.