ଭୁବନେଶ୍ୱର: ଆଜିଠୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ ସେବା । ସର୍ବ ଭାରତୀୟ ବ୍ୟାଙ୍କ ଏମପ୍ଲଇଜ ଫେଡେରେସନ ୮ ଦଫା ଦାବିରେ ଆସନ୍ତା ୩୧ ତାରିଖରୁ ୨ ଦିନିଆ ଧର୍ମଘଟ ଡାକରା ଦେଇଛି ।
ଯାହାଫଳରେ ଜାନୁୟାରୀ ୩୧ ତାରିଖ ଓ ଫେବୃଆରୀ ୧ ତାରିଖ ଧର୍ମଘଟ ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ ।
ଧର୍ମଘଟ ପୂର୍ବଦିନ ଅର୍ଥାତ ୩୦ ତାରିଖ (ଆଜି) ଶ୍ରୀପଞ୍ଚମୀ ପାଇଁ ବ୍ୟାଙ୍କ ଛୁଟି ରହିଛି ।
ଅନ୍ୟପଟେ ଫେବୃଆରୀ ୨ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି । ଫଳରେ ବ୍ୟାଙ୍କ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଜଣାପଡିଛି ।
ୱେଜ ସେଟଲମେଣ୍ଟ, ପେନସନ ଅପଡେଟ, ଫ୍ୟାମିଲି ପେନସନ ଅପଡେଟ, ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ, ସମାନ କାମକୁ ସମାନ ଦରମା ଭଳି ୮ ସଫା ଦାବିରେ ସର୍ବ ଭାରତୀୟ ବ୍ୟାଙ୍କ ଏମ୍ଲଇଜ ଫେଡେରେସନ ସର୍ବ ଭାରତୀୟ ସ୍ତରରେ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ।
Comments are closed.