Latest Odisha News

ପଞ୍ଜାବର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବନୱାରୀ ଲାଲ ପୁରୋହିତ

ପଞ୍ଜାବ: ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ । ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ନିଜର ବ୍ୟକ୍ତିଗତ କାରଣରୁ ଏହିପରି ନିଷ୍ପତ୍ତି ନେଉଛନ୍ତି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି । ବନୱାରିଲାଲ ପୁରୋହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ, ବ୍ୟକ୍ତିଗତ କାରଣ ତଥା ଅନ୍ୟାନ୍ୟ ପ୍ରତିବଦ୍ଧତା ହେତୁ ମୁଁ ପଞ୍ଜାବର ରାଜ୍ୟପାଳ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ପ୍ରଶାସକ ଭାବରେ ମୋର ଇସ୍ତଫା ପତ୍ର ପ୍ରଦାନ କରିଛି । ଦୟାକରି ଏହାକୁ ଗ୍ରହଣ କରନ୍ତୁ |

୮୩ ବର୍ଷିୟ ବନୱାରୀ ଲାଲ ପୁରୋହିତ ପୂର୍ବରୁ ୨୦୧୭ ରୁ ୨୦୨୧ ମଧ୍ୟରେ ତାମିଲନାଡୁର ରାଜ୍ୟପାଳ ଥିଲେ । ଏହାପୂର୍ବରୁ ସେ ୨୦୧୬-୨୦୧୭ମଧ୍ୟରେ ଆସାମର ରାଜ୍ୟପାଳ ମଧ୍ୟ ରହିଛନ୍ତି । ଅଗଷ୍ଟ ୨୦୨୧ରେ, ସେ ପଞ୍ଜାବର ୨୯ ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ । ପ୍ରାୟ ସାଢେ ତିନି ବର୍ଷ ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବନୱାରୀଲାଲ ପୁରୋହିତ ମଧ୍ୟ ଭାରତୀୟ ଜନତା ପାର୍ଟିରୁ ନାଗପୁର ଲୋକସଭା ଆସନରୁ ତିନିଥର ସାଂସଦ ହୋଇଛନ୍ତି । ଏଥିସହିତ ଏହା ପୂର୍ବରୁ ସେ କଂଗ୍ରେସ ଟିକେଟରେ ଦୁଇଥର ସମାନ ଆସନରୁ ସାଂସଦ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ମଧ୍ୟରେ କିଛିଦିନ ହେବ ମତଭେଦ ଚାଲିଛି । ଦୁଇ ଦିନ ପୂର୍ବେ ସିଏମ୍ ମାନ ରାଜ୍ୟପାଳଙ୍କୁ ଟାର୍ଗେଟ କରି ତାଙ୍କୁ ହଇରାଣ କରିଥିବା ଅଭିଯୋଗ କରିଥିଲେ । ମାନ କହିଛନ୍ତି ଯେ, ରାଜ୍ୟରେ ଆମର ଏକ ନିର୍ବାଚିତ ସରକାର ଅଛନ୍ତି । ଆମେ ନିର୍ବାଚିତ ଢଙ୍ଗରେ ରାଜ୍ କରିବୁ ଓ ସିଲେକ୍ଟେଡ୍ ଢଙ୍ଗରେ ଶାସନ କରିବୁ | ଗଣତନ୍ତ୍ରରେ ଶାସନ ନିର୍ବାଚନ ମାଧ୍ୟମରେ କରାଯାଇଥାଏ | ଭଗବନ୍ତ ମାନ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟପାଳ ପ୍ରତ୍ୟେକ କଥା କୁହନ୍ତି ଯେ ଏହା ବେଆଇନ ଏବଂ ଏହା ଆଇନଗତ ଅଟେ।

Comments are closed.