Latest Odisha News

BREAKING NEWS

ପୁରୀରେ ମାଉସୀ ମା’ ମନ୍ଦିରରୁ ଚୋରି, ରୂପା ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଚୋରି

ପୁରୀ: ମନ୍ଦିରରୁ ପୁଣି ଲୁଟ୍ । ପୁରୀରେ ମାଉସୀ ମା’ ମନ୍ଦିରରୁ ଲୁଟ୍ ଅଭିଯୋଗ ହୋଇଛି । ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟରେ ପଡ଼ିଥିବା ତାଲା ଭାଙ୍ଗି ଭିତରେ ପଶିଥିଲେ ଦୁର୍ବୃତ୍ତ । ଏହାସହ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଲୁଟପାଟ କରିଛନ୍ତି ।

ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି ଲୁଟେରା । ତେବେ କେତେ ଟଙ୍କା ଲୁଟ୍ ହୋଇଛି ସଠିକ ଭାବରେ ଜଣା ପଡିନି । ମନ୍ଦିର ଭିତରେ ଥିବା ଆଲମିରା ଭାଙ୍ଗି ମା’ଙ୍କ ରୂପା ଅଳଙ୍କାର ବି ଚୋରି କରିଛନ୍ତି । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.