Latest Odisha News

BREAKING NEWS

ରାଜଧାନୀରେ ବାର୍ ମାଲିକ ଓ ଏଜେଣ୍ଟ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ବନ୍ଧା ହେଲେ ବାର୍ ମାଲିକ ଓ ଏଜେଣ୍ଟ । ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିବା ଅଭିଯୋଗରେ ବାର୍ ମାଲିକ ଲିକ ଶିବ ପ୍ରସାଦ ମଲ୍ଲିକ ଓ ତାଙ୍କ ଏଜେଣ୍ଟ ଜ୍ୟୋତି ପ୍ରକାଶ ନାୟକଙ୍କୁ ଗିରଫ କରିଛି ଧଉଳି ପୋଲିସ । ଏହା ସହ ବାର୍ ଗାର୍ଲଙ୍କୁ ଉଦ୍ଧାର କରିଛି ପୁଲିସ ।

ଖବର ମୁତାବକ, ଶିବ ପ୍ରସାଦ ମଲ୍ଲିକ ବାର୍ ଗର୍ଲ ମାନଙ୍କୁ ଟଙ୍କା ଦେଉନଥିଲେ ଏହା ସହ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ସେମାନଙ୍କୁ ବିଳମ୍ବିତ ରାତି ଯାଏଁ ଡ୍ୟାନ୍ସ କରିବାକୁ ବାଧ୍ୟ କରୁଥିଲେ । ଖାଲି ସେତିକି ନୁହେଁ ଟଙ୍କା ମାଗିବାରୁ ଅଶ୍ରାବ୍ୟ ଭାଷା ରେ ଗାଳି ଗୁଲଜ କରୁଥିଲେ । ଯେଉଁଥିରେ ଅସହ୍ୟ ହୋଇ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ ବାର୍ ଗର୍ଲ ମାନେ ।

ଖବରପାଇ ପୋଲିସ ବାର୍ ମାଲିକ ଓ ଏଜେଣ୍ଟକୁ ଗିରଫ କରିବା ସହ ବାର୍ ଗର୍ଲ ମାନଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

Comments are closed.