Latest Odisha News

BREAKING NEWS

Barabati Fort: ଖୁବଶୀଘ୍ର ଐତିହାସିକ ବାରବାଟୀ ଦୁର୍ଗର ହେବ ସୌନ୍ଦର୍ଯ୍ୟକରଣ…

କଟକ: ବଦଳିବ ଐତିହାସିକ ବାରବାଟୀ ଦୁର୍ଗର ରୂପରେଖ । ଏହି ଆଶାରେ ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବ । ୨୦୨୬ ଡିସେମ୍ବର ବେଳକୁ ଐତିହାସିକ ବାରବାଟୀ ଦୁର୍ଗ ସୌନ୍ଦର୍ଯ୍ୟକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ସହ ଦୀର୍ଘ ବର୍ଷ ଧରି ପଡିରହିଥିବା ଟୁରିଷ୍ଟ୍ ଇଣ୍ଟର୍‌ପ୍ରିଟେସନ୍ ସେଣ୍ଟର ବା ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ବ୍ୟବହାର ଉପଯୋଗୀ କରାଯିବ ।

ଗଡ଼ଖାଇ ଖନନରୁ ବାହାରିଥିବା ଐତିହାସିକ ସାମଗ୍ରୀକୁ ଏଠାରେ ସ୍ଥାନିତ କରାଯିବ । ତା’ ସହିତ କାଫେଟେରିଆ, ପାର୍କ, ପିଲାଙ୍କ ପାଇଁ ମନୋରଞ୍ଜନ ଆଦି ବ୍ୟବସ୍ଥା ରହିବ । ଆସନ୍ତା ୨ ମାସ ଭିତରେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରାଯାଇ କାମ ଶୀଘ୍ର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

ଏହି ପ୍ରକଳ୍ପ ବାସ୍ତବ ରୂପ ନେବା ପରେ ପର୍ଯ୍ୟଟକଙ୍କୁ ବାରବାଟୀ ଦୁର୍ଗ ଅଧିକ ଆକର୍ଷିତ କରିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି ।

ଦୁର୍ଗ ଚାରିପାଶ୍ୱର୍ରେ ପରିକ୍ରମା ପ୍ରକଳ୍ପ ବାବଦରେ ଆଲୋଚନା ଚୂଡାନ୍ତ ହୋଇଛି । ଚାରିପଟରେ ପାଥ୍ ୱେ’ ରହିବ, ଯାହାଫଳରେ ଲୋକେ ଚାଲିଚାଲି ଦୁର୍ଗର ପରିକ୍ରମା କରିପାରିବେ । ଖୁବ୍ ଶୀଘ୍ର ଏ ବାବଦରେ ଡିପିଆର୍ ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି । ଦୁର୍ଗର ଚାରିପାଶ୍ୱର୍ରେ ଅନେକ ଜମି ଜବରଦଖଲରେ ଥିବା ବେଳେ ଉଚ୍ଛେଦ ପରେ ଏ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.