Latest Odisha News

BREAKING NEWS

ବାରବାଟୀ ଦିନିକିଆ ମ୍ୟାଚ୍: ଆସନ୍ତାକାଲିଠାରୁ ଅନଲାଇନ ଟିକେଟ ବିକ୍ରି

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଗୁରୁବାରଠାରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯିବ । ଏହି ଅନଲାଇନ ଟିକେଟ ବିକ୍ରି ଡିସେମ୍ବର ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଏସମ୍ପର୍କରେ ଗଣମାଧ୍ୟମକୁ ବୁଧବାର ଦିନ ସବିଶେଷ ସୂଚନା ଦେଇ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ସଞ୍ଜୟ ବେହେରା କହିଛନ୍ତି ଯେ, ଅନଲାଇନରେ ୮୫୦୦ ଟି ଟିକେଟ ବିକ୍ରି ହେବାକୁ ଥିବାବେଳେ  www.paytm.com ଓ www.insider.in ଏହି ୨ଟି ୱେବ୍ ସାଇଟରେ ଟିକେଟ୍ ବୁକ୍ କରିହେବ ।

ଅନଲାଇନ୍ ଟିକେଟ୍ ବୁକ୍ ହେବା ପରେ ୧୯ ରୁ ୨୧ ତାରିଖ ମଧ୍ୟରେ କଟକର କେମ୍ବ୍ରିଜ୍ ସ୍କୁଲ୍ କାଉଣ୍ଟରରୁ ଟିକେଟ୍ କଲେକ୍ଟ କରିହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଗ୍ୟାଲେରି ନମ୍ବର ୨ ଓ ୪ ଟିକେଟ୍ ଦାମ୍ ୫ ଶହ ଟଙ୍କା ଲେଖାଏଁ ରଖାଯାଇଛି । ଏଥିପାଇଁ ମୋଟ୍ ୬ ହଜାର ଟିକେଟ୍ ବିକ୍ରି ହେବ । ସେହିଭଳି ଗ୍ୟାଲେରୀ ନମ୍ବର ୬ ଟିକେଟର ଦାମ୍ ୪ଶହ ଟଙ୍କା , ନ୍ୟୁ ପ୍ୟାଭିଲିଅନ୍ ଦାମ୍ ୫ ହଜାର , ସ୍ପେଶାଲ୍ ଏନକ୍ଲୋଜର ଟିକେଟ୍ ଦାମ୍ ୩ ହଜାର ଟଙ୍କା , ଏ.ସି ବକ୍ସ ଗ୍ୟାଲେରୀ ଟିକେଟ୍ ଦାମ୍ ୫ ହଜାର ଟଙ୍କା ରହିଛି ।

ସବୁ ଟିକେଟରେ ୧୮ ପ୍ରତିଶତ ଜି.ଏସ୍.ଟି , ଲାଗିବ ବୋଲି ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.