Latest Odisha News

କୋଣାର୍କ ମହୋତ୍ସବର ୪ର୍ଥ ସନ୍ଧ୍ୟା: କୁଚିପୁଡ଼ି ନୃତ୍ୟରେ ପ୍ରତିଧ୍ବନିତ ହେଉଛି ମୁକ୍ତକାଶ ରଙ୍ଗମଞ୍ଚ

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଆଜି ଚତୁର୍ଥ ସନ୍ଧ୍ୟା ।

ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ନିରବଚ୍ଛିନ୍ନ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ ଉତ୍ସବରେ ସୂର୍ଯ୍ୟମନ୍ଦିର ପାଦଦେଶରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶିତ କରିବେ ।

ନୃତ୍ୟଶିଳ୍ପୀମାନଙ୍କ ନୁପୁରର ନିକ୍ବଣରେ ପ୍ରତିଧ୍ବନିତ ହେବ ମୁକ୍ତକାଶ ରଙ୍ଗମଞ୍ଚ।

ଚତୃର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟରେ ଦର୍ଶକଙ୍କ ମନ ମୋହିବେ ଦିଲ୍ଲୀର ରାଜା ଏବଂ ରାଧା ରେଡି ଗ୍ରୁପ୍।

ଏହି ସଂଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ଭୁବନେଶ୍ୱରର ତ୍ରିଧାରା ଅନୁଷ୍ଠାନର ଗଜେନ୍ଦ୍ର ପଣ୍ଡା ଏବଂ ସାଥୀ କଳାକାର।

ଆସନ୍ତାକାଲି ଅର୍ଥାତ ଶେଷ ସଂଧ୍ୟାରେ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିବେ ବୈଭବ ଆରେକର୍ ଏବଂ ସାଥୀ କଳାକାର। ଶେଷ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟ ରିସର୍ଚ ସେଣ୍ଟର ପକ୍ଷରୁ ପରିବେଷିତ ହେବ ଓଡିଶୀ ନୃତ୍ୟ।

ଗତକାଲି ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା ।

ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଂଚରୁ ଓଡିଶୀ ଏବଂ ମୋହିନୀ ଆଟ୍ଟମ୍ର ନୃତ୍ୟାୟିତ ଛନ୍ଦ ସହ ନୂପୁରର ଝଙ୍କାର ଝରି ଆସିଥିଲା ।

Leave A Reply

Your email address will not be published.