Latest Odisha News

BREAKING NEWS

ବାରବାଟୀ ଦିନିକିଆ: ଭାରତ ସାମ୍ନାରେ ୩୧୬ର ବିଜୟ ଲକ୍ଷ୍ୟ

କଟକ: ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଆଜି ଅନୁଷ୍ଠିତ ହେଉଥିବା ଦିବାରାତ୍ର କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୩୧୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ୱେଷ୍ଟଇଣ୍ଡିଜ୍ ନିର୍ଦ୍ଦାରିତ ୫୦ ଓଭରରେ ୫ ୱିକେଟ ହରାଇ କରିଛି ୩୧୫ ରନ୍ ।

ବାରବାଟୀର ଭରପୁର ଦର୍ଶକଙ୍କ ସାମ୍ନାରେ ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଛି । ୱେଷ୍ଟଇଣ୍ଡିଜ୍ କପ୍ତାନ୍ କିରଣ ପୋଲାର୍ଡ଼ ଏବଂ ପୁରଣଙ୍କ ଧୁଆଁଧାର ବ୍ୟାଟିଂ ଦଳକୁ ଏକ ଲଢୁଆ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଥିଲା । ପୋଲାର୍ଡ଼ ୫୧ଟି ବଲରେ ୭ଟି ଛକା ସହିତ କରିଛନ୍ତି ୭୪ ରନ । ସେହିପରି ପୁରଣ ୬୪ଟି ବଲରେ ପୁରଣ କରିଥିଲେ ସର୍ବାଧିକ ୮୯ ରନ୍ ।

ବାରବାଟୀରେ ମ୍ୟାଚ୍ ଡେବ୍ୟୁ କରିଥିବା ଭାରତୀୟ ବୋଲର୍ ନବଦୀପ ସାଇନି ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜା, ସାର୍ଦ୍ଦୁଳ ଠାକୁର ଏବଂ ମହମ୍ମଦ ସାମି ଗୋଟିଏ କରି ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.